ETV Bharat / state

ଫକୀରମୋହନ ମେଡିକାଲ କଲେଜ ପାଖରେ ଗୁଳିକାଣ୍ଡ, ଜଣେ ଗୁରୁତର

author img

By

Published : Sep 15, 2019, 1:41 AM IST

ଫକୀରମୋହନ ମେଡିକାଲ କଲେଜ ପାଖରେ ଶନିବାର ରାତିରେ ଘଟିଛି ଗୁଳିକାଣ୍ଡ । ଏଥିରେ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ସୂଚନା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ଫକୀରମୋହନ ମେଡିକାଲ କଲେଜ ପାଖରେ ଶନିବାର ରାତିରେ ଘଟିଛି ଗୁଳିକାଣ୍ଡ । ଏଥିରେ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ଜଣା ପଡିଛି । ଗୁରୁତର ଆହତ ଯୁବକଙ୍କ ନାମ ସମ୍ଭବ ସାହୁ(୨୭) । ସମ୍ଭବଙ୍କ ଘର ରେମୁଣା ଥାନା ଅଧୀନସ୍ଥ ମନ୍ଦାରପୁର ଗ୍ରାମରେ ବୋଲି ଜଣା ପଡିଛି । ତେବେ ଗୁରୁତର ସମ୍ଭବଙ୍କୁ ପ୍ରଥମେ ବାଲେଶ୍ବର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ପରେ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଘଟଣା ପଛର କାରଣ କିଛି ଜଣା ପଡିନଥିବା ବେଳେ ସଦର ଏସଡିପିଓ ପ୍ରଭାସ ଚନ୍ଦ୍ର ପାଲ ତଦନ୍ତ ଆରମ୍ଭ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ଖବର ଅନୁଯାୟୀ, ଶନିବାର ସନ୍ଧ୍ୟା ପ୍ରାୟ ସାଢ଼େ ୮ ଟାରେ ସମ୍ଭବ ମେଡିକାଲ କଲେଜସ୍ଥିତ ନିଜ ମାମୁଁଙ୍କ ହୋଟେଲରେ ବସିଥିଲେ। ଏହି ସମୟରେ ହଠାତ ୫ ଜଣ ଯୁବକ ଦୁଇଟି ବାଇକରେ ସେଠାରେ ଆସି ପହଞ୍ଚିବା ସହ ନାମ ପଚାରିଥିଲେ । ଏହାପରେ ସମ୍ଭବଙ୍କ ସହ ଥିବା ତାଙ୍କ ବନ୍ଧୁଙ୍କୁ ଯୁବକମାନେ ଆକ୍ରମଣ ପାଇଁ ଗୋଡ଼ାଇଥିଲେ । ପରେ ପରେ ଗୁଳି ଚଳାଇବାରୁ ସମ୍ଭବଙ୍କ ଡାହାଣ ହାତରେ ଗୁଳି ବାଜିଥିଲା । ତୁରନ୍ତ ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ଆରମ୍ଭ କରାଯାଇ କଟକ ସ୍ଥାନାନ୍ତର କରାଯାଇଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ପୂର୍ବଶତ୍ରୁତାକୁ କେନ୍ଦ୍ର କରି ବାଲେଶ୍ୱର ଶିଳ୍ପାଞ୍ଚଳ ଥାନା ଅଧିନ ଫକୀର ମୋହନ ମେଡିକାଲ କଲେଜ ନିକଟରେ ଆଜି ରାତିରେ ଏକ ଗୁଳିକାଣ୍ଡ ଘଟିଛି। ଏଥିରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ସଂପୃକ୍ତ ଯୁବକର ନା ସମ୍ଭବ ସାହୁ(୨୭)। ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାରେ ତାଙ୍କୁ ଭର୍ତି କରାଯିବା ପରେ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି।
ମିଳିଥିବା ଖବର ଅନୁଯାୟୀ, ଗୁଳିକାଣ୍ଡର ଶିକାର ହୋଇଥିବା ସମ୍ଭବ ସାହୁଙ୍କ ଘର ରେମୁଣା ଥାନା ଅଧିନ ମନ୍ଦାରପୁର ଗ୍ରାମରେ। ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ୮ ଟାରେ ସେ ରେମୁଣା ଗୋଲେଇ ନିକଟ ମେଡିକାଲ କଲେଜ ସ୍ଥିତ ତାଙ୍କ ମାମୁଙ୍କ ହୋଟେଲରେ ବସିଥିଲେ। ଏହି ସମୟରେ ହଠାତ ୫ ଜଣ ଯୁବକ ଦୁଇଟି ବାଇକରେ ସେଠାରେ ଆସି ପହଂଚି ତାଙ୍କ ନାଁ ପଚାରି ଗୁଳି ଫୁଟାଇଥିଲେ। ଏହାପରେ ସମ୍ଭବଙ୍କ ସହ ଥିବା ତାଙ୍କ ବନ୍ଧୁଙ୍କୁ ଆକ୍ରମଣ ପାଇଁ ଗୋଡ଼ାଇଥିଲେ। ସମ୍ଭବଙ୍କ ଡାହାଣ ହାତରେ ଗୁଳି ବାଜିଛି। ତୁରନ୍ତ ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତି କରାଯାଇ ପ୍ରାଥମିକ ଚିକିତ୍ସା ଆରମ୍ଭ କରାଯାଇ କଟକ ସ୍ଥାନାନ୍ତର କରାଯାଇଛି। ତେବେ ଘଟଣା ପଛର କାରଣ କିଛି ଜଣାପଡିନଥିବା ବେଳେ ସଦର ଏସଡିପିଓ ପ୍ରଭାସ ଚନ୍ଦ୍ର ପାଲ ତଦନ୍ତ ଆରମ୍ଭ କରିଛନ୍ତି। Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.