ବାଲେଶ୍ଵର: ଅଗ୍ନି ନିରାପତ୍ତାକୁ ନେଇ ମେଡିକାଲ କର୍ମଚାରୀଙ୍କୁ ସଚେତନତା। ଏହି ସଚେତନ କାର୍ଯ୍ୟକ୍ରମ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ କରାଯାଇଛି। ଅଗ୍ନିଶମ ସପ୍ତାହ ଚାଲିଥିବା ବେଳେ ସାଧାରଣ ଲୋକମାନେ ନିଆଁ ଲାଗିଲେ କେମିତି ନିଜ ସ୍ତରରେ ଆୟତ୍ତ କରି ପାରିବେ ସେନେଇ ସଚେତନ କରାଯାଇଥିଲା।
ସେହିପରି ମେଡିକାଲ ଏକ ଜନବହୁଳ ସ୍ଥାନ ହୋଇଥିବାରୁ ଅଗ୍ନିକାଣ୍ଡ ଘଟିଲେ ତୁରନ୍ତ ଏହାକୁ ନିୟନ୍ତ୍ରଣ କରିବାର କୌଶଳ ଶିଖା ଯାଇଥିଲା। ଏହାସହ ଘରେ ଗ୍ୟାସରେ ନିଆଁ ଲାଗିଲେ ଏହାକୁ ଆୟତ୍ତ କରିବାର କୌଶଳ ଶିକ୍ଷା ଦିଆଯାଇଥିଲା।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ