ETV Bharat / state

ବ୍ୟାଙ୍କରେ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି - shop

ଏସବିଆଇର କିଓସ୍କ ବ୍ୟାଙ୍କିଙ୍ଗ ଶାଖା ଓ ଏକ ଦୋକାନରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ସମ୍ପତ୍ତି ନଷ୍ଟ ହୋଇଥିବା ସୂଚନା ମିଳିଛି । ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି ।

ଫଟୋ ସୌଜନ୍ଯ:ସମ୍ବାଦଦାତା,ବାଲେଶ୍ବର
author img

By

Published : May 13, 2019, 3:04 PM IST

ବାଲେଶ୍ବର: ଜିଲ୍ଲା ଜଳେଶ୍ବର ବ୍ଲକ ଅନ୍ତର୍ଗତ ଲକ୍ଷ୍ମଣନ୍ନାଥ ରୋଡ ଅଗ୍ରୱାଲ ଛକଠାରେ ଏସବିଆଇର କିଓସ୍କ ବ୍ୟାଙ୍କିଙ୍ଗ ଶାଖା ଓ ଏକ ଦୋକାନରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ସମ୍ପତ୍ତି ନଷ୍ଟ ହୋଇଥିବା ସୂଚନା ମିଳିଛି ।

ଭିଡିଓ ସୌଜନ୍ଯ:ସମ୍ବାଦଦାତା,ବାଲେଶ୍ବର

ସୂଚନା ଅନୁସାରେ, ପ୍ରତିଦିନ ଭଳି ରବିବାର ଦୋକାନ ମାଲିକ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ । ଏହାପରେ ସ୍ଥାନୀୟ ବାସିନ୍ଦା ଦୋକାନରୁ ଧୂଆଁ ବାହାରୁଥିବା ଦେଖି ମାଲିକ ଜଗନଙ୍କୁ ଖବର ଦେଇଥିଲେ । ତେବେ ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ବିଦ୍ୟୁତ କାଟ ବିଳମ୍ବରେ ହେବାରୁ ନିଆଁକୁ ଆୟତ କରିବାକୁ ସମସ୍ୟା ଉପୁଜୁଥୁଲା । ଯାହାଫଳରେ ଏସବିଆଇ କିଓସ୍କ ଶାଖା ଓ ଦୋକାନର ବହୁ କାଗଜପତ୍ର, କମ୍ପ୍ୟୁଟର, ଚେୟାର ଟେବୁଲ ସହିତ ଦୋକାନର ବହୁ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଥିଲା । ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:

prabir 1

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.