ବାଲେଶ୍ବର: ବାତ୍ୟା ବୁଲବୁଲରେ ହୋଇଥିବା କ୍ଷୟକ୍ଷତି ନିମନ୍ତେ କ୍ଷତିପୂରଣ ପାଇଁ ଉତ୍ତର ଓଡିଶାରେ ଦିନକୁ ଦିନ ଚାଷୀ ଆନ୍ଦୋଳନ ବ୍ୟାପକ ହେବାରେ ଲାଗିଛି । ଏନେଇ ବୁଧବାର ବାଲେଶ୍ବର ଜିଲ୍ଲା ସିମୁଳିଆ ବ୍ଲକ ଅଧିନ ପୁରୁଷୋତ୍ତମପୁର, କାଞ୍ଚପଡା, ଅଣ୍ଡରାଇ ଓ ଅବଜୁଣା ଗ୍ରାମପଞ୍ଚାୟତର ପ୍ରାୟ ୨ ହଜାର ଚାଷୀମାନେ ୪ ଦଫା ଦାବିନେଇ ଧାରଣା ବସିଛନ୍ତି।
ଏହି ଆନ୍ଦୋଳନରେ ପ୍ରମୁଖ ଦାବି ଗୁଡିକ ହେଲା ଚାଷୀ ମାନଙ୍କର ହୋଇଥିବା କ୍ଷୟକ୍ଷତିର ସଠିକ ଭାବେ ତଦନ୍ତ କରିବା, ସଠିକ ସରକାରୀ ସହାୟତା ପ୍ରଦାନ କରିବା, କୃଷକ ମାନଙ୍କ ସମବାୟ ସମିତିରୁ ରଣ କରିଥିଲେ ସମ୍ପୁର୍ଣ୍ଣ ଋଣଛାଡ ହେବା ଏବଂ କ୍ଷୁଦ୍ର ଏବଂ ଭାଗଚାଷୀ ମାନଙ୍କୁ ସଠିକ ପ୍ରାପ୍ୟ ପ୍ରଦାନ କରିବା ।
ତେବେ ଆନ୍ଦୋଳନରେ ବସିଥିବା ଚାଷୀମାନେ ହାତରେ ଫ୍ଲାଗକାର୍ଡ ଏବଂ ବିଷ ବୋତଲ ଧରି ଦୀର୍ଘ ସମୟ ଧାରଣାରେ ବସି ରହିଥିଲେ। ତେବେ ଘଟଣାସ୍ଥଳରେ ସିମୁଳିଆ ତହସିଲଦାର ଓ ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା ପହଞ୍ଚି ଚାଷୀମାନଙ୍କୁ ବୁଝାସୁଝା କରିବା ପରେ ଚାଷୀମାନେ ଧାରଣାରୁ ଉଠିଥିଲେ ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ
: