ETV Bharat / state

ଅସଲି ପୋଲିସ ପଞ୍ଝାରେ ନକଲି ଏସଟିଏଫ୍

author img

By

Published : Oct 6, 2020, 4:18 PM IST

ଖନ୍ତାପଡ଼ା ଥାନା ଶେରଗଡ଼ ଟୋଲ ଗେଟ ନିକଟରେ ଏକ ସ୍କର୍ପିଓ ଗାଡ଼ିରେ ନାଲିବତୀ ଲଗାଇ ନିଜକୁ ଏସଟିଏଫ ବୋଲି ପରିଚୟ ଦେଉଥିବା ଦୁଇ ଜଣଙ୍କୁ ଧରିଲା ପୋଲିସ । ସେମାନଙ୍କ ନିକଟରୁ ପୋଲିସ ଏକ ବନ୍ଧୁକ, ୱାକିଟକି, ଭିଏଚଏଫ ମେସିନ ଜବତ କରିଛି । ଅଧିକ ପଢନ୍ତୁ...

ନକଲି ଏସଟିଏଫକୁ ଧରିଲା ଅସଲି ପୋଲିସ
ନକଲି ଏସଟିଏଫକୁ ଧରିଲା ଅସଲି ପୋଲିସ

ବାଲେଶ୍ବର: ନକଲି ଏସଟିଏଫକୁ ଧରିଲା ଅସଲି ପୋଲିସ । ଖନ୍ତାପଡ଼ା ଥାନା ଶେରଗଡ଼ ଟୋଲ ଗେଟ ନିକଟରେ ଦୁଇଜଣ ଯୁବକ ନିଜକୁ ଏସଟିଏଫର ପରିଚୟ ଦେଇ ଗଣ୍ଡଗୋଳ ସୃଷ୍ଟି କରିବା ବେଳେ ସେମାନଙ୍କୁ କାବୁ କରିଛି ପୋଲିସ ।

ନକଲି ଏସଟିଏଫକୁ ଧରିଲା ଅସଲି ପୋଲିସ

ଗଞ୍ଜାମ ଅଞ୍ଚଳର ଦୁଇଜଣ ଯୁବକ ଏକ ସ୍କର୍ପିଓ ଗାଡ଼ିରେ ନାଲିବତୀ ଲଗାଇ ବାଲେଶ୍ଵର ଅଭିମୁଖେ ଆସୁଥିଲେ । ଟୋଲଗେଟର ରୋଡ଼ ବ୍ୟାରିକେଡକୁ ସ୍କର୍ପିଓଟି ଧକ୍କା ଦେଇଥିଲା । ଏହାକୁ ନେଇ ସେଠାରେ ଟୋଲ ଗେଟ କର୍ମଚାରୀଙ୍କ ସହ ଯୁକ୍ତିତର୍କ ହୋଇଥିଲା । ଘଟଣା ସ୍ଥଳରେ ଖନ୍ତାପଡ଼ା ଥାନା ଆଇଆଇସି ପରେଶ କୁମାର ରାଉତ ପହଞ୍ଚି ସ୍କର୍ପିଓଟିକୁ ଯାଞ୍ଚ କରିଥିଲେ । ସେମାନଙ୍କ ନିକଟରୁ ପୋଲିସ ଏକ ବନ୍ଧୁକ, ୱାକିଟକି, ଭିଏଚଏଫ ମେସିନ ଜବତ କରିଛି । ଗାଡି ଜବତ କରିବା ସହ ଦୁଇଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଦୁଇଜଣ ଗଞ୍ଜାମ ଅଞ୍ଚଳର ପ୍ରିୟରଞ୍ଜନ ବରାଳ, ପଙ୍କଜ କୁମାର ସିଂ ବୋଲି ଜଣାପଡ଼ିଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.