ବାଲେଶ୍ବର: ଜିଲ୍ଲା ଖଇରା ଥାନା ଅଞ୍ଚଳରେ ଅବକାରୀ ବିଭାଗର ଖୋଲତାଡ । ଚଢ଼ାଉରେ ଦେଶୀମଦ ଜବତ ସହ ସହ 3 ଜଣଙ୍କୁ ଗିରଫ କରାଯାଇଛି ।
ସୂଚନା ଅନୁସାରେ, ଖଇରା ଥାନା କୁପାରି ବାଉଁଶଗଡ଼ିଆ ଗ୍ରାମରେ ବ୍ୟାପକ ଚୋରା ଦେଶୀମଦ କାରବାର ଚାଲୁଥିବାର ଅଭିଯୋଗ ହୋଇଥିଲା । ଏଠାରେ ପୋଚ ଦ୍ବାରା ଦେଶୀମଦ ରନ୍ଧାଯାଇ ବେପାର କରାଯାଇଥିବା ଜଣାପଡିଥିଲା । ଏହି ଖବର ପରେ ବାଲେଶ୍ବର ଅବକାରୀ ବିଭାଗର ଫ୍ଲାଇଂ ସ୍କ୍ବାର୍ଡ ଇନ୍ସପେକ୍ଟର ଉଦେଲାଲଙ୍କ ନେତୃତ୍ବରେ ଚଢ଼ାଉ କରାଯାଇ 3ଶହ 40 ଲିଟର ଦେଶୀମଦ ଓ 6 ହଜାର କେଜି ପୋଚ ଜବତ କରି 3ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।
ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ପ୍ରଫୁଲ୍ଲ କୁମାର ସେଠୀ, ବାବୁଲା ସାମଲ ଓ ଭୋଳା ମାଝୀ ଅଛନ୍ତି । ସେମାନଙ୍କ ଠାରୁ ରନ୍ଧା ସରଞ୍ଜାମ ମଧ୍ୟ ଜବତ କରାଯାଇଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ