ବାଲେଶ୍ବର: ବିପୁଳ ମଦ ଓ ଗାଡ଼ି ଜବତ ସହ ଜଣେ ଗିରଫ। ବାଲେଶ୍ବର ଜିଲ୍ଲା ସୋର ଓ ନୀଳଗିରି ଅବକାରୀ ବିଭାଗ ମିଳିତ ଭାବେ ପାଟ୍ରୋଲିଙ୍ଗ କରୁଥିବା ବେଳେ ବାରିକପୁର ନିକଟରୁ ଏକ ମଦ ଭର୍ତ୍ତି ଟାଟା ଏସି ଗାଡି ଜବତ କରିଥିଲେ।
ସୂଚନା ଅନୁସାରେ, ଉଦଳା ଅଞ୍ଚଳରୁ 16 ନମ୍ବର ଜାତୀୟ ରାଜପଥ ଦେଇ ସୋର ଆଡକୁ ଏହି ମଦ ଭର୍ତ୍ତି ଟାଟା ଏସି ଗାଡି ବାରିକପୁର ଆଡେ ଆସୁଥିଲା। ଏହି ସମୟରେ ଅବକାରୀ ବିଭାଗ ଯାଞ୍ଚ କରିଥିଲା।
ଗାଡିରୁ 28 ଟି ଜରି ଅଖାରେ 1400 ଲିଟର ଚୋରା ଦେଶୀ ମଦ ଥିବା ଦେଖିବାକୁ ମିଳିଥିଲା। ମଦ ଓ ଗାଡି ଜବତ କରିବା ସହ ଡ୍ରାଇଭର ମନୋରଞ୍ଜନ ନାୟକଙ୍କୁ ଗିରଫ କରିଛି ଅବକାରୀ ବିଭାଗ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ