ETV Bharat / state

ପଦାରେ ପଡିଲା ଡାକ୍ତର ଓ କର୍ମଚାରୀଙ୍କ କଳି, ଦେଖନ୍ତୁ ଭିଡିଓ - Doctors and employee fight video viral on social media

ପଦାରେ ପଡିଲା ଡାକ୍ତର ଓ କର୍ମଚାରୀଙ୍କ କଳି । ଉଭୟ ନିଜର ପଦ ମର୍ଯ୍ୟାଦା ଭୁଲି ପରସ୍ପରକୁ ଅଶ୍ଲୀଳ ଭାଷାରେ ଗାଳି ଗୁଲଜ କରୁଥିବା ଦେଖିବାକୁ ମିଳିଛି । ଯାହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଘୂରି ବୁଲୁଛି ।

Doctors and employee fight
ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Dec 8, 2019, 6:10 AM IST

ବାଲେଶ୍ବର: ପଦାରେ ପଡିଲା ଡାକ୍ତର ଓ କର୍ମଚାରୀଙ୍କ କଳି । ଉଭୟ ନିଜର ପଦ ମର୍ଯ୍ୟାଦା ଭୁଲି ପରସ୍ପରକୁ ଅଶ୍ଲୀଳ ଭାଷାରେ ଗାଳି ଗୁଲଜ କରୁଥିବା ଦେଖିବାକୁ ମିଳିଛି । ଏହି କଳିର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ଡାକ୍ତର ଓ କର୍ମଚାରୀଙ୍କ କଳି

ସୂଚନାନୁସାରେ, ସୋର ଡାକ୍ତରଖାନାର ସ୍ତ୍ରୀ ରୋଗ ବିଶେଷଜ୍ଞ ଡା. ଦୁର୍ଗାଶଙ୍କର ଦାସ ଓ ରେଡ଼ିଓଜିଲିଷ୍ଟ ରମାକାନ୍ତ ତ୍ରିପାଠୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା । ଡ୍ୟୁଟି ସାରି ଫେରୁଥିବା ବେଳେ ଡାକ୍ତର ଓ କର୍ମଚାରୀଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଝଗଡା । ଝଗଡା ଏମିତି ଥିଲା ଯେ ସର୍ବସମ୍ମୁଖରେ ଉଭୟ ପରସ୍ପରଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଳଜ କରୁଥିବା କଥାକୁ ମଧ୍ୟ ଅନୁଭବ କରି ପାରିନଥିଲେ । ମେଡିକାଲ ସମ୍ମୁଖରେ କାହାର କେତେ ଦମ ଅଛି ସେ ବିଷୟରେ ଉଭୟ ଉଭୟଙ୍କୁ ଆଙ୍ଗୁଳି ନିର୍ଦ୍ଦେଶ କରୁଥିବା ଭିଡ଼ିଓରେ ଦେଖିବାକୁ ମିଳିଛି । ତେବେ ଜଣେ ଡାକ୍ତର ଓ କର୍ମଚାରୀଙ୍କ ଏଭଳି ଝଗଡା ବର୍ତ୍ତମାନ ସୋର ଅଞ୍ଚଳରେ ସେମାନଙ୍କ ବ୍ୟବହାର ଓ ଶାଳିନତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ତେବେ ଉଭୟ ଝଗଡାର କାରଣ ଜଣାପଡିନଥିବା ବେଳେ ଏ ଦିଗରେ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ୱର ଜିଲ୍ଲା ସୋର ଡାକ୍ତରଖାନାରେ ଦେଖିବାକୁ ମିଳିଛି ଏକ ଭିନ୍ନ ଧରଣର କଳି। ଜଣେ ଡାକ୍ତର ଓ କର୍ମଚାରୀଙ୍କ ମଧ୍ୟରେ ଏମିତି କଳି ହୋଇଥିଲା ଯେ ଉଭୟ ନିଜର ପଦ ମର୍ଯ୍ୟାଦା ଭୁଲି ଯାଇ ଉଭୟଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବାକୁ ମଧ୍ୟ ପଛାଇ ନଥିଲେ। ଏହି କଳି ଏବେ ଭାଇରାଲ ହୋଇ ସୋସିଆଲ ମିଡିଆର ଶିରୋନାମା ସାଜିଛି।
ସ୍ତ୍ରୀ ରୋଗ ବିଶେଷଜ୍ଞ ଡା. ଦୁର୍ଗାଶଙ୍କର ଦାସ ଓ ରେଡ଼ିଓଜିଲିଷ୍ଟ ରମାକାନ୍ତ ତ୍ରିପାଠୀଙ୍କ ମଧ୍ୟରେ ଝଗଡା ଲାଗିଥିଲା। ଡ୍ଯୁଟି ସାରି ଫେରୁଥିବା ବେଳେ ଡାକ୍ତର ଓ କର୍ମଚାରୀଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା। ଝଗଡା ଏମିତି ଥିଲା ଯେ ସର୍ବସମ୍ମୁଖରେ ଉଭୟ ଉଭୟଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଳଜ କରୁଥିବା ସେମାନେ ଅନୁଭବ କରି ପାରି ନଥିଲେ। ମେଡିକାଲ ସମ୍ମୁଖରେ କାହାର କେତେ ଦମ ଅଛି ସେ ବିଷୟରେ ଉଭୟ ଉଭୟଙ୍କୁ ଆଙ୍ଗୁଳି ନିର୍ଦ୍ଦେଶ କରୁଥିବା ଭିଡ଼ିଓରେ ଦେଖିବାକୁ ମିଳିଛି। ତେବେ ଜଣେ ଡାକ୍ତର ଓ କର୍ମଚାରୀଙ୍କ ଏମିତି ଝଗଡା ବର୍ତ୍ତମାନ ସୋର ଅଞ୍ଚଳରେ ସେମାନଙ୍କ ବ୍ୟବହାର ଓ ଶାଳୀନତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ଝଗଡାର କାରଣ ଜଣାପଡି ନଥିବା ବେଳେ ଏ ଦିଗରେ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଇଛି।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.