ETV Bharat / state

ଆଉ ଜଣେ ଓମକାର ହୋତା, ଅପହଞ୍ଚ ଇଲାକାରେ ନିଶୁଳ୍କ ସେବା ଯୋଗାଉଛନ୍ତି ଡାକ୍ତର ସୁକାନ୍ତ - ଆଉ ଜଣେ ଓମକାର ହୋତା

ଚର୍ଚ୍ଚାରେ ବାଲେଶ୍ବରର ଡାକ୍ତର ସୁକାନ୍ତ କୁମାର ସାହୁ । ଅପହଞ୍ଚ ଇଲାକାରେ ମାଗଣାରେ ଚିକିତ୍ସା କରୁଛନ୍ତି ଡାକ୍ତର ସୁକାନ୍ତ । ଗରିବ, ଅସହାୟ ମାନଙ୍କ ସେବାରେ ନିଜକୁ ସମର୍ପିତ କରିଛନ୍ତି ଡାକ୍ତର ସୁକାନ୍ତ କୁମାର ସାହୁ । ରୋଗୀଙ୍କୁ ମାଗଣାରେ ଚିକିତ୍ସା ଯୋଗାଇବା ସହ ଔଷଧ ମଧ୍ୟ ପ୍ରଦାନ କରୁଛନ୍ତି । ଅଧିକ ପଢନ୍ତୁ

ଅପହଞ୍ଚ ଇଲାକାରେ ନିଶୁଳ୍କ ସେବା ଯୋଗାଉଛନ୍ତି ଡାକ୍ତର ସୁକାନ୍ତ

author img

By

Published : Nov 11, 2022, 9:09 PM IST

ବାଲେଶ୍ବର: କୁହାଯାଏ ଡାକ୍ତର ହେଉଛନ୍ତି ଦ୍ବିତୀୟ ଭଗବାନ । ମଣିଷ ଯେତେବେଳେ ଜୀବନ-ମରଣ ସହ ଲଢୁଥାଏ । ଭଗବାନ ସାଜି ଜୀବନ ରକ୍ଷା କରନ୍ତି ଡାକ୍ତର । ରୋଗୀ ସେବା ହିଁ ମାଧବ ସେବା । ଯାହାକୁ ଜୀବନର ବ୍ରତ କରନ୍ତି ଡାକ୍ତର । ଡାକ୍ତର ଓମକାର ହୋତାଙ୍କ କାହାଣୀ ତ ଜାଣିଛନ୍ତି, କିନ୍ତୁ ସେହିପରି ଆଉ ଜଣେ ଡାକ୍ତର ହେଉଛନ୍ତି ବାଲେଶ୍ବରର ସୁକାନ୍ତ କୁମାର ସାହୁ । ଗରିବ, ଅସହାୟ, ମାନଙ୍କୁ ନିଜର ବନ୍ଧୁ ବୋଲି ଭାବି ନିରନ୍ତର ସେବା ଯୋଗାଇ ଆସୁଛନ୍ତି ଡାକ୍ତର ସୁକାନ୍ତ ।

ଅପହଞ୍ଚ ଇଲାକାରେ ନିଶୁଳ୍କ ସେବା ଯୋଗାଉଛନ୍ତି ଡାକ୍ତର ସୁକାନ୍ତ

ଚର୍ଚ୍ଚାରେ ବାଲେଶ୍ବରର ଡାକ୍ତର ସୁକାନ୍ତ କୁମାର ସାହୁ । ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଅଧୀନ ଅନନ୍ତପୁର ପ୍ରାଥମିକ ଡାକ୍ତରଖାନାରେ ସୁକାନ୍ତ କୁମାର ସାହୁ ଇନଚାର୍ଜ ଡାକ୍ତର ଭାବେ କାର୍ଯ୍ୟ କରନ୍ତି । ଡାକ୍ତରଖାନାରେ ରୋଗୀ ମାନଙ୍କୁ ଉତ୍ତମ ବ୍ୟବହାର ଏବଂ ଉତ୍ତମ ଚିକିତ୍ସା ଯୋଗାଇ ସେ ପ୍ରିୟଭାଜନ ହୋଇପାରିଛନ୍ତି । କେବଳ ଡାକ୍ତରଖାନା ନୁହଁ ବରଂ ଡାକ୍ତରଖାନାରୁ ଟିକିଏ ଫୁରସତ ପାଇବା ପରେ ସେ ବାହାରି ପଡନ୍ତି ଅସହାୟ ଲୋକଙ୍କ ସେବା କରିବା ପାଇଁ । ସେ ନିଜର ସ୍ତ୍ରୀଙ୍କ ସହ କେତେଜଣ ସହଯୋଗୀଙ୍କୁ ସାଙ୍ଗରେ ଧରି ବାହାରି ଯାଆନ୍ତି ବିଭିନ୍ନ ଉପାନ୍ତ ଅଞ୍ଚଳକୁ ରୋଗୀ ସେବା ଯୋଗାଇବା ପାଇଁ । ଯେଉଁଠାରେ ସ୍ବାସ୍ଥ୍ୟ ସେବା ସାତ ସପନ, ସେଠାରେ ପହଞ୍ଚି ଚିକିତ୍ସା କରିବା ସହ ମାଗଣାରେ ଔଷଧ ମଧ୍ୟ ଦିଅନ୍ତି ସୁକାନ୍ତ ।

ଅନେକ ଭିନ୍ନକ୍ଷମ ବିଦ୍ୟାଳୟରେ ମଧ୍ୟ ଡାକ୍ତର ସୁକାନ୍ତ ପହଞ୍ଚି ସେଠାରେ ସେବା ଯୋଗାଇଥାନ୍ତି । ଏହିସବୁ କାର୍ଯ୍ୟରେ ସ୍ତ୍ରୀ ଗାୟତ୍ରୀ ସାହୁ ସାମିଲ ହୋଇ ସେବା ଯୋଗାଇବାରେ ସହଯୋଗ କରନ୍ତି । ଗୋଟିଏ କିମ୍ବା ଦୁଇଟି ନୁହଁ ପ୍ରାୟ ତିରିଶରୁ ଅଧୁକ ସ୍ଥାନରେ ବିଭିନ୍ନ ବିଦ୍ୟାଳୟ, ଅନାଥ ଆଶ୍ରମ, ବୃଦ୍ଧାଶ୍ରମ ବୁଲିବୁଲି ନିରନ୍ତର ସେବା କରି ଚାଲିଛନ୍ତି ଡାକ୍ତର ସୁକାନ୍ତ । ବିଭିନ୍ନ ରୋଗ ପାଇଁ ଔଷଧ ନିଜ ଅର୍ଥରେ କିଣି ରୋଗୀ ମାନଙ୍କୁ ବଣ୍ଟନ କରିଥାନ୍ତି ।

ଏହା ମଧ୍ୟ ପଢନ୍ତୁ-ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ, ଆରମ୍ଭ ହେବ ୭୫୪୦ ହାଇସ୍କୁଲ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା

ଆଜିର ସ୍ବାର୍ଥପର ସମାଜରେ ନିସ୍ୱାର୍ଥପର ଭାବେ ସେବା ଯୋଗାଇ ଦେଉଥିବା ଡାକ୍ତର ସୁକାନ୍ତଙ୍କ ପାଇଁ ରୋଗୀମାନେ ମଧ୍ୟ ଖୁସି ଅନୁଭବ କରନ୍ତି । ଏମିତି କି ସେ ତାଙ୍କ କ୍ଲିନିକରେ ରୋଗୀ ଦେଖିବା ବେଳେ ଯଦି କାହା ପାଖରେ କୌଣସି ଡାକ୍ତରୀ ପରୀକ୍ଷା ପାଇଁ ଟଙ୍କା ନଥାଏ ସେ ନିଜ ହାତରୁ ଖର୍ଚ୍ଚ କରି ପରୀକ୍ଷା ନିରୀକ୍ଷା କରାଇ ଦିଅନ୍ତି । ଡାକ୍ତର ସୁକାନ୍ତଙ୍କ ସ୍ତ୍ରୀ ଗାୟତ୍ରୀ ଜଣେ ଶିକ୍ଷୟତ୍ରୀ ହୋଇଥିବା ବେଳେ ଉଭୟ ଦମ୍ପତ୍ତିଙ୍କ ଏତାଦୃଶ କାର୍ଯ୍ୟ ବେଶ ପ୍ରସଂଶନିୟ । ବାସ୍ତବରେ ସେବା ଯେବେ ନିଶୁଳ୍କ ଓ ନିସ୍ୱାର୍ଥପର ଭାବେ କରାଯାଏ ତେବେ ତାହା ନିଶ୍ଚିତ ଭାବେ ପରିଚିତ କରାଏ ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.