ETV Bharat / state

18ଶହ ଲିଟର ଦେଶୀ ମଦ ସହ ପିକଅପ ଜବତ, ଜଣେ ଗିରଫ

author img

By

Published : Nov 9, 2019, 3:03 PM IST

ବାଲେଶ୍ବରରେ ଅବକାରୀ ବିଭାଗର ମୋବାଇଲ ୟୁନିଟ 18 ଶହ ଲିଟର ଦେଶୀ ମଦ ଜବତ କରିଛି । ଗାଡି ସହ ଡ୍ରାଇଭର ଗିରଫ । ଜବତ ଦେଶୀ ମଦ ଲକ୍ଷାଧିକ ଟଙ୍କାର ହେବ ବୋଲି ଜଣାପଡିଛି ।

ଫଟୋ ସୌଜନ୍ୟ : ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ଵର: ଲକ୍ଷାଧିକ ଟଙ୍କାର ଦେଶୀ ମଦ ଜବତ । ବାଲେଶ୍ଵର ଅବକାରୀ ବିଭାଗର ମୋବାଇଲ ୟୁନିଟ ଫୁଲାଡି ଛକରୁ ବିପୁଳ ପରିମାଣରେ ମଦ ସହ ଗାଡି ଜବତ କରିଛି। ମଦ ମାଲିକ ଓ ସହଯୋଗୀ ଫେରାର ହୋଇଥିବାବେଳେ ଡ୍ରାଇଭର ଗିରଫ ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବରର ସୋର ଅଞ୍ଚଳରୁ ଏକ ପିକଅପ ଯୋଗେ ବିପୁଳ ଦେଶୀମଦ ଚାଲାଣ ହେଉଥିଲା। ଅବକାରୀ ମୋବାଇଲ ୟୁନିଟ ପକ୍ଷରୁ କୁରୁଡ଼ା ଛକରେ ଚେକିଂ ଚାଲୁଥିବା ଦେଖି ମଦ ବୋଝେଇ ଗାଡି ଫୁଲାଡି ଆଡକୁ ଦ୍ରୁତ ଗତିରେ ପଳାଇଥିଲା। ମୋବାଇଲ ୟୁନିଟ ଗାଡିର ପିଛା କରି ଫୁଲାଡି ଛକ ନିକଟରୁ ମଦ ବୋଝେଇ ଗାଡିକୁ କାବୁ କରିଥିଲା। 18ଶହ ଲିଟର ଦେଶୀ ମଦ ସହ ପିକଅପ ଗାଡିକୁ ଜବତ କରାଯାଇଛି । ଜବତ ମଦର ଆନୁମାନିକ ମୂଲ୍ୟ ପାଖାପାଖି 2ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ଵର ଜିଲ୍ଲା ଫୁଲାଡି ଛକରୁ ବିପୁଳ ମଦ ଜବତ କରିଛି ଅବକାରୀ ବିଭାଗର ମୋବାଇଲ ୟୁନିଟ।
ବାଲେଶ୍ୱରରୁ ସୋର ଅଞ୍ଚଳକୁ ଏକ ପିକଅପ ଯୋଗେ ବିପୁଳ ଦେଶୀମଦ ଚାଲାଣ ହେଉଥିଲା। ଅବକାରୀ ମୋବାଇଲ ୟୁନିଟ ପକ୍ଷରୁ କୁରୁଡ଼ା ଛକରେ ଚେକିଂ ଚାଲୁଥିବା ଦେଖି ମଦ ବୋଝେଇ ଗାଡି ଫୁଲାଡି ଆଡକୁ ଦ୍ରୁତ ଗତିରେ ପଳାଇଥିଲା। ମୋବାଇଲ ୟୁନିଟ ଗାଡିର ପିଛା କରି ଫୁଲାଡି ଛକ ନିକଟରୁ ମଦ ବୋଝେଇ ଗାଡିକୁ କାବୁ କରିଥିଲା। ଗାଡିରେ ଥିବା ମଦ ମାଲିକ ଓ ଜଣେ ସହଯୋଗୀ ଫେରାର ହୋଇଯାଇଥିବା ବେଳେ ଡ୍ରାଇଭରକୁ ଗିରଫ କରିଥିଲା ମୋବାଇଲ ୟୁନିଟ। ଗାଡିରୁ 18ଶହ ଲିଟର ଦେଶୀ ମଦ ଜବତ କରିବା ସହ ଗାଡି ଜବତ ହୋଇଛି। ଜବତ ମଦର ଆନୁମାନିକ ମୂଲ୍ୟ ପାଖାପାଖି 2ଲକ୍ଷ ଟଙ୍କା ହେବବୋଲି ଜଣାପଡିଛି। Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.