ETV Bharat / state

ରାସନ କାର୍ଡ଼ରୁ ବଞ୍ଚିତ ହିତାଧିକାରୀଙ୍କୁ ଖାଦ୍ୟ ଯୋଗାଇବା ପାଇଁ ଦାବି

ଖାଦ୍ୟ ସୁରକ୍ଷା ଆଇନରେ ରାସନ କାର୍ଡ ପାଇଁ ଆବେଦନ କରିଥିବା ତଥା ବଞ୍ଚିତ ହୋଇଥିବା ହିତାଧିକାରୀମାନଙ୍କୁ ତୁରନ୍ତ ଖାଦ୍ୟ ଯୋଗାଇଦେବାକୁ ଦାବି କରିଛନ୍ତି ନୀଳଗିରିର ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡଙ୍ଗୀ । ଅଧିକ ପଢନ୍ତୁ...

ରାସନ କାର୍ଡ଼ରୁ ବଞ୍ଚିତ ହିତାଧିକାରୀଙ୍କୁ ଖାଦ୍ୟ ଯୋଗାଇବା ପାଇଁ ଦାବି
ରାସନ କାର୍ଡ଼ରୁ ବଞ୍ଚିତ ହିତାଧିକାରୀଙ୍କୁ ଖାଦ୍ୟ ଯୋଗାଇବା ପାଇଁ ଦାବି
author img

By

Published : Apr 16, 2020, 3:06 PM IST

Updated : Apr 16, 2020, 3:11 PM IST

ବାଲେଶ୍ବର: ଦେଶରେ କୋରୋନା ସଙ୍କଟ ମଧ୍ୟରେ ଠପ୍‌ ହୋଇଯାଇଛି ଲୋକଙ୍କ ଜୀବନ ଜୀବିକା । ଯେଉଁମାନଙ୍କ ପାଖରେ ରାସନ କାର୍ଡ ରହିଛି ସେମାନଙ୍କୁ ଚାଉଳ ଡାଲି ଯୋଗାଇ ଦେବାକୁ ସରକାର କରିଛନ୍ତି ଯୋଜନା । ହେଲେ ଏବେ ବି ଅନେକ ଲୋକ ରାସନ କାର୍ଡରୁ ବଞ୍ଚିତ ରହିଛନ୍ତ । ଖାଦ୍ୟ ସୁରକ୍ଷା ଆଇନରେ ରାସନ କାର୍ଡ ପାଇଁ ଆବେଦନ କରିଥିବା ତଥା ବଞ୍ଚିତ ହୋଇଥିବା ହିତାଧିକାରୀମାନଙ୍କୁ ତୁରନ୍ତ ଖାଦ୍ୟ ଯୋଗାଇଦେବାକୁ ଦାବି କରିଛନ୍ତି ନୀଳଗିରିର ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡଙ୍ଗୀ ।

ରାସନ କାର୍ଡ଼ରୁ ବଞ୍ଚିତ ହିତାଧିକାରୀଙ୍କୁ ଖାଦ୍ୟ ଯୋଗାଇବା ପାଇଁ ଦାବି

ବାଲେଶ୍ଵର ଜିଲ୍ଲା ନୀଳଗିରି ଉପଖଣ୍ଡର ପ୍ରାୟ ୫ ହଜାରରୁ ଅଧିକ ପରିବାରଙ୍କ ରାସନ କାର୍ଡ ନଥିବା ଯୋଗୁଁ ଏହି କରୋନା ମହାମାରୀ ସମୟରେ ସେମାନେ ସରକାରୀ ସହାୟତା ପାଇବାରୁ ବଞ୍ଚିତ ହେଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ତୁରନ୍ତ ଏମାନଙ୍କୁ ଖାଦ୍ୟ ଯୋଗାଇ ଦେବାପାଇଁ ପୂର୍ବତନ ବିଧାୟକ ନୀଳଗିରି ଉପଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । 7 ଦିନ ଭିତରେ ପ୍ରଶାସନ ଏ ଦିଗରେ ଦୃଷ୍ଟି ନଦେଲେ ପୂର୍ବତନ ବିଧାୟକ ନିଜ ଘରେ ଆମରଣ ଅନଶନ କରିବେ ବୋଲି ଚେତାବନୀ ଦେଇଥିବା ଜଣାପଡ଼ିଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Apr 16, 2020, 3:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.