ETV Bharat / state

ସମ୍ଭାବ୍ୟ ବାତ୍ୟା ୟାସ୍‌ ମୁକାବିଲା ନେଇ ସମୀକ୍ଷା କଲେ ଏଡିଜି

ବାଲେଶ୍ବର ଗସ୍ତ କରିଥିବା ଏଡିଜି ଜଶୱନ୍ତ ଜେଠୱା ୟାସ୍‌ ମୁକାବିଲା ନେଇ ସମସ୍ତ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଛନ୍ତି । ଅଧିକ ପଢନ୍ତୁ...

ସମ୍ଭାବ୍ୟ ବାତ୍ୟା ୟାସ୍‌ ମୁକାବିଲା ନେଇ ସମୀକ୍ଷା କଲେ ଏଡିଜି
ସମ୍ଭାବ୍ୟ ବାତ୍ୟା ୟାସ୍‌ ମୁକାବିଲା ନେଇ ସମୀକ୍ଷା କଲେ ଏଡିଜି
author img

By

Published : May 24, 2021, 1:41 PM IST

ବାଲେଶ୍ବର: ସାମୁଦ୍ରିକ ଝଡର ରୂପ ନେଇସାରିଥିବା ବାତ୍ୟା ୟାସ୍‌ର ମୁକାବିଲା ପାଇଁ ଆଜି(ସୋମବାର) ବାଲେଶ୍ବର ଓ ଭଦ୍ରକ ଗସ୍ତରେ ଥିଲେ ଏଡିଜି ଜଶୱନ୍ତ ଜେଠୱା । ଜିଲ୍ଲାର ପୂର୍ବାଞ୍ଚଳ ଆଇଜିଙ୍କ କାର୍ଯ୍ୟାଳୟରେ ସମୀକ୍ଷା କରିବା ପରେ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ଓଡ୍ରାଫ ସହ ଜେଠୱା ଆଲୋଚନା କରିଛନ୍ତି ।

ସମ୍ଭାବ୍ୟ ବାତ୍ୟା ୟାସ୍‌ ମୁକାବିଲା ନେଇ ସମୀକ୍ଷା କଲେ ଏଡିଜି

ଜିଲ୍ଲାରେ ଆଜି ବୌଦ୍ଧ, ଝାରସୁଗୁଡା ଓ ଦେବଗଡ଼ରୁ ଓଡ୍ରାଫ ଟିମ ଆସି ପହଞ୍ଚିଛନ୍ତି । ବାତ୍ୟା ପୂର୍ବରୁ 1 ଲକ୍ଷ 20 ହଜାର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯିବା ନେଇ ପ୍ରସ୍ତୁତି କରାଯାଇଛି । 140ଟି ବାତ୍ୟା ଆଶ୍ରୟସ୍ଥଳୀରର ଲୋକମାନଙ୍କୁ ସୁରକ୍ଷିତ ରଖାଯିବ। ଲୋକଙ୍କ ଧନଜୀବନକୁ ସୁରକ୍ଷା ପାଇଁ 15 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

ଆଜି ସନ୍ଧ୍ୟା 5ଟା ସୁଦ୍ଧା ତୀବ୍ର ବାତ୍ୟାରେ ପରିଣତ ହେବ ୟାସ୍‌ । ଏହାପରେ ଧୀରେ ଧୀରେ ଘନୀଭୂତ ହୋଇ ଭୀଷଣ ରୂପ ଧାରଣ କରିବା ନେଇ ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ବାତ୍ୟା ବାଲେଶ୍ବରଠାରୁ ଦକ୍ଷିଣ ଓ ଦକ୍ଷିଣ-ପୂର୍ବରୁ 640 କିଲୋମିଟର ଦୂରରେ ରହିଥିବା ବେଳେ ଦୀଘାଠାରୁ 630 କିଲୋମିଟର ଦୂରରେ ରହିଛି ବୋଲି ଦାଶ ସୂଚନା ଦେଇଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.