ବାଲେଶ୍ଵର: ନୀଳଗିରି ଉପଜିଲ୍ଲାପାଳ ଅଫିସ ଆଗରେ ସିପିଆଇଏମ ପକ୍ଷରୁ ଧାରଣା ଦିଆଯାଇଛି । ଆଞ୍ଚଳିକ କମିଟି ପକ୍ଷରୁ ବୁଲବୁଲ ବାତ୍ୟାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଓ ନୀଳଗିରି ଉପଖଣ୍ଡ ଡାକ୍ତରଖାନାରେ ଅବ୍ୟବସ୍ଥା ସାଙ୍ଗକୁ ଡାକ୍ତର ପଦବୀ ପୂରଣ ତଥା ନୀଳଗିରି ଓ ଔପଦା ତହସିଲ ଅଫିସର ଅବ୍ୟବସ୍ଥା ନେଇ ଏହି ଧାରଣା ଦିଆଯାଇଛି।
ଏହି ଧାରଣାରେ ଜିଲ୍ଳା ସମ୍ପାଦକ ଶିଶିର ଭୋଇଙ୍କ ସମେତ ସିପିଆଇଏମର ବିଧାୟକ ପ୍ରାର୍ଥୀ ଯୋଗାନନ୍ଦ ଦାଶ, ବିଜୟ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ପରେ ଏକ ଦସ୍ତଖତ ସମ୍ବଳିତ ଦାବିପତ୍ର ଉପଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି ।
ବାଲେଶ୍ଵରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ