ବାଲେଶ୍ଵର: ଆଜି ଇସଲାମ ଧର୍ମାବଲମ୍ବୀଙ୍କ ପବିତ୍ର ଇଦ୍ ପର୍ବ ବା ଇଦ-ଉଲ-ଫିତର । ଏନେଇ ବାଲେଶ୍ଵରରେ ନିରଡ଼ାମ୍ବର ଭାବେ ପାଳନ ହୋଇଛି ଇଦ ପର୍ବ । ସହରର ମୁସଲମାନ ସମ୍ପ୍ରଦାୟର ବ୍ୟକ୍ତିମାନେ କୋଭିଡ ନିୟମ ପାଳନ କରି ନମାଜ ପାଠ କରିଥିଲେ ।
ସକାଳେ ନମାଜ ପାଠ ପାଇଁ ପୂର୍ବ ବର୍ଷ ଦରଘା ପଡିଆରେ ଭିଡ଼ ଜମିଥିଲା କିନ୍ତୁ ଚଳିତ ବର୍ଷ କୋରୋନା ଯୋଗୁଁ ଭିଡ଼ ହୋଇନଥିଲା । ସାମାଜିକ ଦୂରତା ଅବଲମ୍ବନ କରି ସମୂହ ପ୍ରାର୍ଥନା କରିଥିଲେ । ସହରରେ ଥିବା ବିଭିନ୍ନ ମସଜିଦ୍ ଆଜି ଜନଶୂନ୍ୟ ହୋଇଥିବା ଦେଖିବାକୁ ମିଳିଥିଲା ।
ବାଲେଶ୍ଵରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ