ETV Bharat / state

କୋରୋନା ଭୟ, ମୃତଦେହ ସତ୍କାର ପାଇଁ ଆସିଲେନି ଗ୍ରାମବାସୀ - କୋରୋନା ଭୟ

କୋରୋନା ଭୟରେ ମୃତଦେହ ସତ୍କାର ପାଇଁ ଆସିଲେନି ଗ୍ରାମବାସୀ । 12 ଘଣ୍ଟାରୁ ଅଧିକ ସମୟ ବାରଣ୍ଡାରେ ପଡ଼ି ରହିଲା ମୃତଦେହ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଖଟନଗର ଅଞ୍ଚଳରେ । ଅଧିକ ପଢନ୍ତୁ...

corona fear, noone come for last ritual
କୋରୋନା ଭୟ, ମୃତଦେହ ସତ୍କାର ପାଇଁ ଆସିଲେନି ଗ୍ରାମବାସୀ
author img

By

Published : May 4, 2020, 12:21 PM IST

Updated : May 4, 2020, 12:38 PM IST

ବାଲେଶ୍ଵର: କୋରୋନା ଭୟରେ ମୃତଦେହ ସତ୍କାର ପାଇଁ ଆସିଲେନି ଗ୍ରାମବାସୀ । 12 ଘଣ୍ଟାରୁ ଅଧିକ ସମୟ ବାରଣ୍ଡାରେ ପଡ଼ି ରହିଲା ମୃତଦେହ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଖଟନଗର ଅଞ୍ଚଳରେ ।

କୋରୋନା ଭୟ, ମୃତଦେହ ସତ୍କାର ପାଇଁ ଆସିଲେନି ଗ୍ରାମବାସୀ

ସୂଚନା ଅନୁସାରେ, ଖଟନଗର ଗ୍ରାମର ଶ୍ରୀଧର ଦଳେଇ ପଶ୍ଚିମବଙ୍ଗରୁ ଗତ ମାର୍ଚ୍ଚ ମାସ 3 ତାରିଖ ଘରକୁ ଫେରିଥିଲେ । ଘରେ ଥିବା ବେଳେ ହଠାତ ତାଙ୍କ ଦେହ ଅସୁସ୍ଥ ହୋଇଥିଲା । ପରିବାର ଲୋକେ ତାଙ୍କୁ ମେଡିକାଲ ନେବାପରେ ତାଙ୍କୁ ଜଣ୍ଡିସ ହୋଇଥିବା ଜଣାପଡ଼ିଥିଲା । ରବିବାର ରାତିରେ ଶ୍ରୀଧରଙ୍କ ଦେହ ଅଧିକ ଖରାପ ହେବାରୁ ତାଙ୍କୁ ମେଡିକାଲ ନିଆଯାଇଥିଲା । ମାତ୍ର ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏହାପର ଠାରୁ କୋରୋନା ଭୟରେ ଗ୍ରାମବାସୀ ମୃତଦେହ ସତ୍କାର ପାଇଁ ଆସି ନଥିବା ଜଣାପଡିଛି । 12 ଘଣ୍ଟାରୁ ଅଧିକ ସମୟ ଶ୍ରୀଧରଙ୍କ ମୃତଦେହ ବାରଣ୍ଡାରେ ପଡିଥିବା ବେଳେ ଶବ ସତ୍କାର ପାଇଁ ପରିବାର ଲୋକେ ଗ୍ରାମବାସୀଙ୍କୁ ଆକୁଳ ନିବେଦନ କରିଛନ୍ତି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Last Updated : May 4, 2020, 12:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.