ବାଲେଶ୍ଵର: ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ରବିବାର କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଉଭୟ ବିଜେଡି ଓ ବିଜେପିକୁ ଟାର୍ଗେଟ କଲା କଂଗ୍ରେସ । ବାଲେଶ୍ବରବାସୀଙ୍କ ମୁଖ୍ୟ ମୁଦ୍ଦାରୁ ହଟି ବିଜେଡି ଓ ବିଜେପି କେବଳ ଭୋଟ ରାଜନୀତି କରୁଛନ୍ତି ।
ସଦର ଉପନିର୍ବାଚନ ପାଇଁ ବିଜେପି ଓ ବିଜେଡିର ମାଳ ମାଳ ନେତା ବାଲେଶ୍ବରରେ ଡେରା ପକାଇଥିବା ବେଳେ ଉଭୟ ଉଭୟଙ୍କ ଉପରକୁ କାଦୁଅ ଫିଙ୍ଗୁଛନ୍ତି । ଯାହାକି ବାଲେଶ୍ଵରବାସୀଙ୍କ ମୂଳ ମୁଦ୍ଦାରୁ ସେମାନେ ଦୂରେଇ ଯାଉଛନ୍ତି ବୋଲି କଂଗ୍ରେସ କହିଛି । ଯଦି ବିଜେଡି ବିକାଶ କରିଛି ତେବେ ଶ୍ବେତପତ୍ର ଜାରି କରିବା ସହ ଲୋକଙ୍କ ବାସ୍ତବ ବିକାଶ କଥା କହୁ ବୋଲି କଂଗ୍ରେସ ଆହ୍ବାନ କରିଛି । ବିଜେପି ଓ ବିଜେଡି ଭିତରେ ସଲାସୁତୁରା ହୋଇ ସାରିଛି । ସେଥିପାଇଁ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ସେମାନେ ଅପାଚେଷ୍ଟା କରୁଥିବା କଂଗ୍ରେସ ଅଭିଯୋଗ କରିଛି ।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ,ଇଟିଭି ଭାରତ