ବାଲେଶ୍ବର: ଆଜି ହେଉଛି ପବିତ୍ର ବଡ଼ଦିନ। ଶାନ୍ତି ଐକ୍ୟ ଓ ପ୍ରେମର ବାର୍ତ୍ତା ନେଇ ଗତକାଲି ମଧ୍ୟରାତ୍ରିରେ ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ । ଏନେଇ ବାଲେଶ୍ଵର ସହରର ରୋମାନ କ୍ୟାଥଲିକ ଚର୍ଚ୍ଚ ସାଜସଜ୍ଜା କରାଯାଇଥିବା ବେଳେ ଲାଗୁ ହୋଇଥିବା କଟକଣା ଯୋଗୁଁ ଫିକା ପଡିଛି ଖ୍ରୀଷ୍ଟମାସ ।
ଖ୍ରୀଷ୍ଟଧର୍ମାବଲମ୍ବୀ ମାନେ ସକାଳ ସମୟରେ ଚର୍ଚ୍ଚରେ କ୍ୟାଣ୍ଡେଲ ଜଳାଇ ପ୍ରାର୍ଥନା କରିଥିବାବେଳେ ପରେ ସନ୍ଧ୍ୟାରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ କଟକଣା ଯୋଗୁଁ ବାତିଲ କରାଯାଇଛି । ଖ୍ରୀଷ୍ଟିଆନ ମାନେ ଏକମାସ ପୂର୍ବରୁ ଆଧ୍ୟାତ୍ମିକ ପ୍ରାର୍ଥନା ଓ ଦିବ୍ୟଯଜ୍ଞବଳୀ ସମର୍ପଣ କରି ଖ୍ରୀଷ୍ଟମାସ ପାଳନ ପାଇଁ ଯେଉଁ ପ୍ରସ୍ତୁତି ଆରମ୍ଭ କରିଥାନ୍ତି ତାହା ବଡ଼ଦିନରେ ସମାପ୍ତ ହୋଇଥାଏ। ଏହି ଦିନରେ ପ୍ରଭୁ ଯୀଶୁଙ୍କ ନିକଟରେ ପ୍ରାର୍ଥନା କରିବା ସହ ପରସ୍ପରକୁ ଶୁଭେଚ୍ଛା ଜଣାଇଥାନ୍ତି ଖ୍ରୀଷ୍ଟଧର୍ମାବଲମ୍ବୀ ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ