ବାଲେଶ୍ଵର: ରେମୁଣା ଗୋଲେଇଠାରେ ଥିବା ନେସ୍କୋ କାର୍ଯ୍ୟାଳୟ ଆଗରେ ବିଦ୍ୟୁତ ଶ୍ରମିକ, କର୍ମଚାରୀ ଓ ଇଞ୍ଜିନିୟରମାନେ କମ୍ପାନୀର କାର୍ଯ୍ୟ ପ୍ରଣାଳୀକୁ ନେଇ ଧାରଣା ଦେଇଥିବା ଦେଖିବାକୁ ମିଳିଥିଲା ।
ବିଦ୍ୟୁତ କର୍ମଚାରୀ ଇଞ୍ଜିନିୟର୍ସ ମିଳିତମଞ୍ଚ ପକ୍ଷରୁ 9 ଦଫା ଦାବି ନେଇ ହୋଇଥିବା ଗଣଧାରଣାରେ ଦାବି ପୂରଣ ନହେଲେ ବିଦ୍ୟୁତ ଯୋଗାଣ କ୍ଷେତ୍ରରେ ଅଚଳାବସ୍ଥା ସୃଷ୍ଟି କରାଯିବ ବୋଲି ଚେତାବନୀ ଦେଇଛନ୍ତି । କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି, ବିଦ୍ୟୁତ ଗ୍ରାହକ ଅନୁସାରେ କର୍ମଚାରୀ ନିଯୁକ୍ତି, ଖାଲି ପଡିଥିବା ପଦବୀ ପୂରଣ, ବର୍ଦ୍ଧିତ ଦରମାର ବକେୟା ରାଶି ପ୍ରଦାନ, ଘରଭଡା ଓ ଚିକିତ୍ସା ସୁବିଧା ଆଦି ଯୋଗାଇ ଦେବାପାଇଁ ଦାବି ହୋଇଥିଲା।
ଏହାସହ ଦାବି ପୂରଣ ନେହେବା ଯାଏ ପ୍ରତିଦିନ ଧାରଣା ଦିଆଯିବ ବୋଲି କୁହାଯାଇଛି ।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ