ବାଲେଶ୍ଵର: ଜିଲ୍ଲା ପ୍ରଶାସନ ତଥା ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ସୁରେଶ ଚନ୍ଦ୍ର ଦଳାଇ ଏକ ସମୀକ୍ଷା ବୈଠକ କରିଛନ୍ତି । ଏଥିରେ ଜିଲ୍ଲାର ଜମିଜମା ଠାରୁ ଆରମ୍ଭ କରି ଲୋକମାନେ କେମିତି ଜମି ପଟ୍ଟା ପାଉତି ଆଦି ସୁବିଧାରେ ପାଇପାରିବେ ସେନେଇ ଆଲୋଚନା କରାଯାଇଥିଲା ।
ଏହାସହ ବିଭିନ୍ନ ବିଭାଗର ରାଜସ୍ବ ଆଦାୟ ସମ୍ପର୍କରେ ଆଲୋଚନା କରାଯାଇଥିଲା । ବିଶେଷ କରି ରାଜସ୍ବ ବିଭାଗର କାର୍ଯ୍ୟ ଉପରେ ଅଧିକ ଗୁରୁତ୍ବାରୋପ କରାଯାଇଥିଲା । ସାଧାରଣ ଲୋକମାନେ ଯେମିତି ପଟ୍ଟା ପାଇବା ପାଇଁ ଅସୁବିଧା ଭୋଗୁଛନ୍ତି, ସେଥିପାଇଁ ଅନଲାଇନରେ ଉପଲବ୍ଧ କରାଇବା ବନ୍ଦୋବସ୍ତ ନେଇ ଆଲୋଚନା କରାଯାଇଥିଲା ।
ବାଲେଶ୍ଵରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ