ବାଲେଶ୍ବର: କୋରୋନା ମହାମାରୀ ସଂକ୍ରମଣ ଆଶଙ୍କା ଓ କଟକଣା ଯୋଗୁଁ ଏଥର ଶୁଣିବାକୁ ମିଳିଲାନି ଆ-କା-ମା-ବୈ ଗୀତ । ନଦୀକୂଳରେ ଜମିଲାନି ପଞ୍ଚୁକ ପାଳିଥିବା ଭକ୍ତଙ୍କ ଭିଡ । ଯେଉଁଠି ହଜାରହଜାର ଭକ୍ତଙ୍କ ସମାଗମ ହୁଏ ସେଠାରୁ ନିରାଶ ହୋଇ ଡ଼ଙ୍ଗା ଭସାଇ ନପାରି ଫେରିବାକୁ ପଡୁଛି ।
ବାଲେଶ୍ଵର ବାଲିଘାଟ ଠାରେ ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣମୀରେ ଲୋକମାନେ ପୁରାତନ ନୌବାଣିଜ୍ୟର ପରମ୍ପରାକୁ ମନେ ପକାଇ କଦଳୀ ପାଟୁଆ କିମ୍ବା ସୋଲ ତିଆରି ଡ଼ଙ୍ଗା ନଦୀରେ ଭସାଇ ଥାଆନ୍ତି । ପରମ୍ପରା ଅନୁଯାୟୀ ସୋଲ କିମ୍ବା କଦଳୀ ପାଟୁଆ ଡଙ୍ଗାରେ ପାନ ଗୁଆ ଥୋଇ, ଆ-କା-ମା-ବୈ ଗୀତ ଗାଇ ନିଜର ପରମ୍ପରାକୁ ବଜାୟ ରଖାଯାଇଥାଏ ।
ହେଲେ ଚଳିତ ବର୍ଷ କୋରୋନା କଟକଣା ଯୋଗୁଁ ସବୁକିଛି ମଳିନ ପଡିଯାଇଛି । ଲୋକମାନେ ବାଲିଘାଟକୁ ଡଙ୍ଗା ଭସାଇବା ପାଇଁ ଆସିଥିଲେ ମଧ୍ୟ କଟକଣା ଯୋଗୁଁ ନିରାଶ ହୋଇ ଫେରିଥିବା ଦେଖିବାକୁ ମିଳିଥିଲା ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ