ETV Bharat / state

କାମରେ ଲାଗୁନି ବିଜୁ ସ୍ବାସ୍ଥ୍ୟ କାର୍ଡ, ସହାୟତା ଅପେକ୍ଷାରେ ଲିଭର ରୋଗୀ ଜୟକୃଷ୍ଣ

author img

By ETV Bharat Odisha Team

Published : Aug 31, 2023, 4:21 PM IST

କାମରେ ଲାଗୁନାହିଁ ବିଜୁ ସ୍ବାସ୍ଥ୍ୟ କାର୍ଡ । ସହାୟତା ଅପେକ୍ଷାରେ ବାଲେଶ୍ବର ରେମୁଣା ଅଞ୍ଚଳର ଯକୃତ ରୋଗୀ ଜୟକୃଷ୍ଣ ବେହେରା । ଅଧିକ ପଢନ୍ତୁ

Etv Bharat
Etv Bharat

ବାଲେଶ୍ବର: ପାଖରେ ରାଜ୍ୟ ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କାର୍ଡ ଅଛି, ହେଲେ କାମରେ ଲାଗୁନି । ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେବା ପରେ ଏବେ ପାଖରେ ଟଙ୍କାଟିଏ ବି ନାହିଁ । ଏଭଳି ସ୍ଥିତିରେ ଅସହାୟ ହୋଇପଡ଼ିଛନ୍ତି ଯକୃତ ରୋଗରେ ପୀଡ଼ିତ ଜିଲ୍ଲାର ରେମୁଣା ଏନଏସି ଅଞ୍ଚଳର ଜୟକୃଷ୍ଣ ବେହେରା । ତେବେ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ପରିବାର ପକ୍ଷରୁ ନିବେଦନ କରାଯାଇଛି ।

ଏନଏସି ଅଞ୍ଚଳର ଜୟକୃଷ୍ଣ ବେହେରା ଜଣେ ଅତ୍ୟନ୍ତ ଗରିବ ଶ୍ରେଣୀର ବ୍ୟକ୍ତି । ପରିବାର କହିଲେ ଦୁଇ ବଢିଲା ଝିଅ ଏବଂ ସେ । ଆଜକୁ ୬ ବର୍ଷ ତଳେ ସ୍ତ୍ରୀ ମିନତୀ ବେହେରା ହୃଦଘାତରେ ପରଲୋକ ହେବା ପରେ ଏବେ ଏକୁଟିଆ ଦୁଇ ଝିଅଙ୍କ ସହ ଜୀବନ ବିତାଉଛନ୍ତି ଜୟକୃଷ୍ଣ । ଝିଅ ୨ ଜଣଙ୍କ ମଧ୍ୟରୁ ଜଣେ ନବମ ଶ୍ରେଣୀରେ ପାଠ ଛାଡିଥିବା ବେଳେ ଆଉ ଜଣେ ଯୁକ୍ତ ୩ର ଦ୍ବିତୀୟ ବର୍ଷର ପାଠ ପଢ଼ୁଛନ୍ତି । ଗତ ୨୦୧୯ ମସିହା ପାଖରୁ ଯକୃତ ଜନିତ ରୋଗରେ ପୀଡିତ ହୋଇ ଜୟକୃଷ୍ଣ ଏବେ ଅର୍ଥ ଅଭାବରୁ ଘରେ ଜୀବନ ସହ ଲଢେଇ କରୁଛନ୍ତି ।

ଏହା ବି ପଢନ୍ତୁ- ଚିକିତ୍ସାରେ ଅର୍ଥ ସାଜିଛି ବାଧକ, ଦିବ୍ୟାଙ୍ଗ ଝିଅର ଚିକିତ୍ସା କରାଇ ସର୍ବସ୍ୱାନ୍ତ ପିତାମାତା

ତଥାପି ସେ ହାର ମାନି ନାହାନ୍ତି । ରାସନ କାର୍ଡରେ ଯେଉଁ ୨୫ କିଲୋ ଚାଉଳ ମିଳେ, ତାହାକୁ ନେଇ ସେ ତିନି କୁଟୁମ୍ବ ମାସ ସାରା ଚଳି‌ ଯାଆନ୍ତି । ହଠାତ ସ୍ତ୍ରୀର ହୃଦଘାତରେ ମୃତ୍ୟୁ ପରେ ପରିବାର ଉପରକୁ ମାଡି ବସିଲା ରୋଗବ୍ୟାଧି । ଜୟକୃଷଙ୍କୁ ଲିଭର ରୋଗ ମାଡ଼ି ବସିଲା ପରେ ସେ ବାଲେଶ୍ଵର ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ପରେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥାରେ କୌଣସି ଉନ୍ନତି ନ ହେବାରୁ ତାଙ୍କୁ ଡାକ୍ତର କଟକ ନେବା ପାଇଁ ପରାମର୍ଶ ଦେଇଥିଲେ। ଡାକ୍ତରଙ୍କ ପରାମର୍ଶ କ୍ରମେ ସେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ।

ଅର୍ଥାଭାବରୁ ଜମିବାଡ଼ି ବନ୍ଧା ପକାଇ ଚିକିତ୍ସିତ ହେବାପରେ ଏବେ ତାଙ୍କ ପାଖରେ ଟଙ୍କାଟିଏ ବି ନାହିଁ । ଉତ୍ତମ ଚିକିତ୍ସା ଲାଗି ଡକ୍ଟର ଲିଭର ପ୍ରତ୍ୟାରୋପଣ କରିବା ପାଇଁ କହୁଛନ୍ତି ଯେଉଁଥିରେ ଲକ୍ଷାଧିକ ଟଙ୍କାର ଆବଶ୍ୟକତା ରହିଛି। କିନ୍ତୁ ଦୁଃଖ ଆଉ ପରିତାପର ବିଷୟ ଯେ ଦୁଇ ବଢିଲା ଝିଅ କେଉଁଠୁ ବା ଏତେ ଟଙ୍କା ଆଣିବେ ଏ ନେଇ ଏବେ ଚିନ୍ତାରେ ପରିବାର। ପାଖରେ ବିଜୁ ସ୍ବାସ୍ଥ୍ୟ କାର୍ଡ ଥିଲେ ମଧ୍ୟ କାମରେ ଲାଗୁନାହିଁ ।

ଡାକ୍ତର ଯେଉଁ ବିଭାଗରେ ଦେଖାଇବା ପାଇଁ ପରାମର୍ଶ ଦେଇଛନ୍ତି, ସେହି ବଡ଼ ବଡ଼ ଘରୋଇ ହସ୍ପିଟାଲରେ ବିଜୁ ସ୍ବାସ୍ଥ୍ୟ କାର୍ଡ ଦ୍ବାରା ହେବାର ସୁବିଧା ନାହିଁ । ଶେଷରେ ନିରାଶ ହୋଇ ସରକାରଙ୍କୁ ସମସ୍ତ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ପରିବାର ପକ୍ଷରୁ ନିବେଦନ କରାଯାଇଛି । କୌଣସି ସହୃଦୟ ବ୍ୟକ୍ତି ଜୟକୃଷଙ୍କୁ ସହାୟତା ଯୋଗାଇବାକୁ ଚାହୁଁଥିଲେ ତାଙ୍କ ଆକାଉଣ୍ଟ ନମ୍ବରରେ ସହାୟତା ପ୍ରଦାନ କରି ପାରିବେ।

Name- jayakrushna behera

Bank- canara bank

A/c- 7997220005235

IFSC- CNRB0017997

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.