ବାଲେଶ୍ବର: ବିଜେପି କର୍ମୀଙ୍କୁ ଛୁରାମାଡ଼। ବାଲେଶ୍ବର ଜିଲ୍ଲା ସୋର ତଳନଗର ରାସ୍ତାରେ ଦୁଇଜଣ ଯୁବକଙ୍କୁ ଛୁରାମାଡ଼ ହୋଇଥିବା ଜଣାପଡ଼ିଛି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ସୋର ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ ସୋରରେ ବିଜେପିର ବିଜୟ ଶୋଭାଯାତ୍ରା ଚାଲିଥିବାବେଳେ ବିଜେପି କର୍ମୀମାନେ ରାଲି ସାରି ତଳନଗର ଫେରୁଥିଲେ । ତଳନଗର ଉଭର ବ୍ରିଜ ଉପରେ ପୂର୍ବରୁ ଯୋଜନାବଦ୍ଧ ଭାବେ ପଛରୁ ଯାଇ ଛୁରା ମାଡ଼ କରିଥିଲେ ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ ସେମାନଙ୍କୁ ପ୍ରଥମେ ସୋର ଡ଼ାକ୍ତରଖାନା ନିଆଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ବାଲେଶ୍ବର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଗୁରୁତର ଦୁଇଜଣ 44 ନଂ ବିଜେପି ମଣ୍ଡଳ ସଭାପତିଙ୍କ ଭାଇ ବୋଲି ଜଣାପଡ଼ିଛି। ଏହି ଘଟଣାକୁ ସୋର ପୋଲିସ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ଘଟଣାକୁ ନେଇ ମେଡ଼ିକାଲ ପରିସରରେ ଚାପ ଉତ୍ତେଜନା ଦେଖାଦେଇଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ