ବାଲେଶ୍ୱର: ଆଗାମୀ ପଞ୍ଚାୟତ ନିର୍ବାଚନକୁ ନେଇ ଓଡିଶାରେ ରାଜନୈତିକ ଉଷ୍ମତା ଲାଗିରହିଥିବା ବେଳେ ପ୍ରାର୍ଥୀ ସଂରକ୍ଷଣକୁ ନେଇ ଜୋରଦାର ବିରୋଧ ଦେଖିବାକୁ ମିଳୁଛି । ଏହି ପରିପ୍ରେକ୍ଷୀରେ ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ ପରିସରରେ ବିଜେପି ପକ୍ଷରୁ ପ୍ରତିବାଦ ଓ ନାରାବାଜି କରାଯାଇଛି ।
ଆଗାମୀ ପଞ୍ଚାୟତ ନିର୍ବାଚନରେ ରାଜ୍ୟ ସରକାର ଓବିସିଙ୍କୁ ଅଣଦେଖା କରିଥିବା ଅଭିଯୋଗ ଆଣିଛି ବିଜେପି । ଏହାର ପ୍ରତିବାଦରେ ବିଧାୟକ ପାର୍ଥି ରାକେଶ ମଲ୍ଲିକଙ୍କ ସହ ବାଲେଶ୍ୱର ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ଏବଂ ଅନ୍ୟ ନେତା, କର୍ମୀ ମାନେ ଓବିସିମାନଙ୍କୁ ସଂରକ୍ଷଣ କରିବା ଦାବିରେ ବାହାନଗା ବିଡିଓଙ୍କୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ