ETV Bharat / state

ରେମୁଣା ବିଧାୟକଙ୍କ ଗିରଫ ଦାବିରେ ବିଜେପିର ଗଣଧାରଣା

ରେମୁଣା ବିଧାୟକଙ୍କ ଗିରଫ ଦାବିରେ ବିଜେପିର ଗଣଧାରଣା । ଭିଜିଲାନ୍ସ ଅଫିସ ଦିଆଯାଇଛି ଗଣଧାରଣା । ଅଧିକ ପଢନ୍ତୁ...

bjp strike in front of vigilance office in baleswar
ରେମୁଣା ବିଧାୟକଙ୍କ ଗିରଫ ଦାବିରେ ବିଜେପିର ଗଣଧାରଣା
author img

By

Published : Mar 25, 2021, 2:26 PM IST

ବାଲେଶ୍ଵର: ରେମୁଣା ବିଧାୟକଙ୍କ ଗିରଫ ଦାବିରେ ବିଜେପିର ଧାରଣା । ଜିଲ୍ଲା ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ାଙ୍କ ନାଁରେ ସାଂଘାତିକ ଅଭିଯୋଗ ଆସିଛି । କୃଷି ଯନ୍ତ୍ରପାତି ବିକ୍ରିରେ ସବସିଡି ହଡପ ଅଭିଯୋଗ ଆସିଛି ବିଜେପି । ଏନେଇ ବିଜେପି ପକ୍ଷରୁ ପୂର୍ବରୁ କୁଶପୁତ୍ତଳିକା ଦାହ କରିବା ସହ ତାଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ ଦାବି କରାଯାଇଥିଲା ।

ରେମୁଣା ବିଧାୟକଙ୍କ ଗିରଫ ଦାବିରେ ବିଜେପିର ଗଣଧାରଣା

ମାତ୍ର ଭିଜିଲାନ୍ସ ବିଭାଗ ଦ୍ଵାରା ଏହି ଘଟଣାରେ ବିଧାୟକଙ୍କ ବିରୋଧରେ କୌଣସି ଚାର୍ଜସିଟ ହୋଇନଥିବା ଅଭିଯୋଗ କରି ରେମୁଣା ବିଜେପି ଭିଜିଲାନ୍ସ ଅଫିସ ଘେରାଉ କରିବା ସହ ଗଣଧାରଣା ଦିଆଯାଇଛି। ସେହିପରି ବିଧାୟକ ନିଗମାନନ୍ଦ ଆସୋସିଏଟର ବ୍ୟବସାୟ କଥା ଗତ 3 ବର୍ଷ ଧରି ବୁଝୁ ନଥିବା କହୁଥିବା ବେଳେ ଜାନୁଆରୀ 22 ତାରିଖରେ କେମିତି କୃଷି ଯନ୍ତ୍ରପାତି ବିକ୍ରି କରିଲେ ବୋଲି ବିଜେପି ପ୍ରଶ୍ନ କରିଛି । ଆଗାମୀ ଦିନରେ ବିଜେପି ଭିଜିଲାନ୍ସ ଅଫିସରେ ତାଲା ପକାଇବା ସହ ରେମୁଣା ବନ୍ଦ ଡାକରା ଦେବ । ଏହାସହ ରାଜପଥ ଅବରୋଧ କରିବା ନେଇ ଚେତାବନୀ ଦେଇଛି।

ବାଲେଶ୍ଵରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.