ETV Bharat / state

ବାଲେଶ୍ବରରେ 12 ଘଣ୍ଟିଆ ବନ୍ଦ ପାଳନ - balasore-bandh

ମମିତା ମେହେର ହତ୍ୟା ଘଟଣାରେ ସିବିଆଇ ତଦନ୍ତ ଦାବି କରି ଆଜି ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବାଲେଶ୍ଵର ବନ୍ଦ ଡାକରା ଦିଆଯାଇଛି । ଅଧିକ ପଢନ୍ତୁ...

ମମିତା ମର୍ଡର ମିଷ୍ଟ୍ରି, ଆଜି ବିଜେପି ପକ୍ଷରୁ ୧୨ଘଣ୍ଟିଆ ବାଲେଶ୍ଵର ବନ୍ଦ

author img

By

Published : Oct 30, 2021, 10:08 AM IST

ବାଲେଶ୍ବର: ମମିତା ମେହେର ନିଖୋଜ ମାମଲାରେ ତେଜୁଛି ରାଜନୀତି । ବିରୋଧୀଙ୍କ ହୋହଲ୍ଲାରେ କମ୍ପୁଛି ରାଜ୍ୟ । ଏହି ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଅଭିଯୋଗ ନେଇ ତାଙ୍କ ଇସ୍ତଫା ଦାବିରେ ହୋହଲ୍ଲା କରୁଛନ୍ତି ବିରୋଧି । ଏହି ପରିପ୍ରେକ୍ଷୀରେ ଆଜି ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବାଲେଶ୍ଵର ବନ୍ଦ ଡାକରା ଦିଆଯାଇଛି । ମମିତା ମେହେରଙ୍କୁ ନ୍ୟାୟ ଦାବି ଓ ଘଟଣାର ସିବିଆଇ ତଦନ୍ତ ତଥା ଜିଲ୍ଲାର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ବିଜେପି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ତେବେ ସକାଳ ୬ଟାରୁ ବନ୍ଦ ପାଳନ ଆରମ୍ଭ ହୋଇଯାଇଥିବା ବେଳେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହା ଜାରି ରହିବ ।

ମମିତା ମର୍ଡର ମିଷ୍ଟ୍ରି, ଆଜି ବିଜେପି ପକ୍ଷରୁ ୧୨ଘଣ୍ଟିଆ ବାଲେଶ୍ଵର ବନ୍ଦ

ଜିଲ୍ଲାର ସଦର ମହକୁମା ସହ ବିଭିନ୍ନ ବ୍ଲକରେ ମଧ୍ୟ ବନ୍ଦ ଡାକରା ଦିଆଯାଇଛି। ବାଲେଶ୍ବର ଜିଲ୍ଲା ସଭାପତିଙ୍କ ସମେତ ବିଜେପି କର୍ମୀମାନେ ସହରର ବିଭିନ୍ନ ସ୍ଥାନରେ ଶାନ୍ତିପୂର୍ଣ୍ଣ ଭାବେ ଦୋକାନ ବଜାର ବନ୍ଦ କରାଇବା ସହ ଷ୍ଟେସନ ଛକରେ ବରିଷ୍ଠ ନେତାମାନେ ରାସ୍ତା ବନ୍ଦ କରିଥିବା ଦେଖିବାକୁ ମିଳିଛି

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.