ବାଲେଶ୍ଵର: ରାଜ୍ୟରେ ଚାଲିଛି ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ । ବାଲେଶ୍ବର ଜିଲ୍ଲାରେ ସୁରକ୍ଷା ଓ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ହୋଇଛି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଜିଲ୍ଲାର 45ଟି ଜୋନ ମଧ୍ୟରୁ ବିଜେଡି 39ଟି ଜିଲ୍ଲା ପରିଷଦ ଆସନ ଜିତିଛି । ବିଜେପି 4 ଆସନ ଜିତିଥିବାବେଳେ କଂଗ୍ରେସ 2ଟି ଆସନରେ ବିଜୟୀ ହୋଇଛି। ଏହି ଦୃଷ୍ଟିରୁ ଜିଲ୍ଲା ପରିଷଦ ଗଠନ ପାଇଁ ବିଜେଡି ଆବଶ୍ୟକ ସଂଖ୍ୟା ଗରିଷ୍ଠତା ହାସଲ କରିଛି । ସେପଟେ ଦଳ ପକ୍ଷରୁ 29 ନମ୍ବର ଜୋନର ଜିଲ୍ଲା ପରିଷଦ ସଦସ୍ୟ ନାରାୟଣ ପ୍ରଧାନଙ୍କ ନାଁ ଘୋଷଣା କରାଯାଇଛି ।
ଏନେଇ ଜିଲ୍ଲା ସଭାପତି ଉପସ୍ଥିତ ରହି ସର୍ବସମ୍ମୁଖରେ ଲଫାଫା ଖୋଲି ନାରାୟଣଙ୍କ ନାଁ ଘୋଷଣା କରିଥିଲେ। ତେବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପାଇଁ ମ୍ୟାଜିକ ନମ୍ବର 23 ଦରକାର ଥିବା ବେଳେ ବିଜେଡି ଅଧ୍ୟକ୍ଷ ପଦ ହାତେଇବା ଓ ନାରାୟଣ ପ୍ରଧାନ ନିର୍ଦ୍ବନ୍ଦରେ ଜିତିଛନ୍ତି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ