ETV Bharat / state

ବିଜେଡିରେ ବଢ଼ୁଛି ସଚିବ ରାଜ ! ଦଳ ଛାଡିଲେ ବଡ ନେତା - ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଶ୍ୟାମା ପ୍ରସାଦ ବେହେରା

5T ସଚିବଙ୍କୁ ନେଇ ରାଜନୀତି ତେଜୁଥିବା ବେଳେ ଏବେ ବିଜେଡିରେ ବିଦ୍ରୋହ ଆରମ୍ଭ ହୋଇଛି । 5T ସଚିବଙ୍କ ମାତ୍ରାଧିକ ହସ୍ତକ୍ଷେପକୁ ବିରୋଧ କରି ଦଳ ଛାଡ଼ିଲେ ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଶ୍ୟାମା ପ୍ରସାଦ ବେହେରା । ଅଧିକ ପଢ଼ନ୍ତୁ

ବିଜେଡିରେ ବଢ଼ୁଛି ସଚିବ ରାଜ୍‌ !
ବିଜେଡିରେ ବଢ଼ୁଛି ସଚିବ ରାଜ୍‌ !
author img

By

Published : Jun 28, 2023, 7:44 PM IST

ବିଜେଡିରେ ବଢ଼ୁଛି ସଚିବ ରାଜ୍‌ !

ବାଲେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା 5T ସଚିବଙ୍କ ବିଭିନ୍ନ କାର୍ଯ୍ୟକଳାପ ନେଇ ରାଜ୍ୟ ରାଜନୀତି ତେଜିବାରେ ଲାଗିଛି । ଏହି ପ୍ରସଙ୍ଗରେ ବିରୋଧୀ ବାରମ୍ବାର ଶାସକ ଦଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରୁଥିବା ବେଳେ ଆଜି ଖୋଦ ବିଜେଡିରୁ ବିଦ୍ରୋହ ଆରମ୍ଭ ହୋଇଛି । ଦଳରେ ଜଣେ ସଚିବଙ୍କ ହୁକୁମ ଚାଲିବାକୁ ନାପସନ୍ଦ କରି ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି ବାଲେଶ୍ବର ଜିଲ୍ଲା ବସ୍ତା ଅଞ୍ଚଳର ବିଜେଡି ନେତା ତଥା ରାଜ୍ୟ ସାଧାରଣ ସମ୍ପାଦକ ଶ୍ୟାମା ପ୍ରସାଦ ବେହେରା । ଏକ ସାମ୍ବାଦିକ ସମ୍ମଳିନୀ ସେ ବିଜେଡିରେ ଚାଲିଥିବା ଅଫିସର ରାଜ୍‌ ସମ୍ପର୍କରେ କହିବା ସହ ଏନେଇ ସେ ମାନସିକ ସ୍ତରରେ ଅସନ୍ତୁଷ୍ଟ ଥିବା କହିଛନ୍ତି ।

ବିଜୁ ଜନତା ଦଳ ଏବେ ସରକାର ରହିଛି, ହେଲେ ଦଳରେ ନେତାମନ୍ତ୍ରୀଙ୍କ ଠାରୁ ଜଣେ ସଚିବଙ୍କୁ ଅଧିକ ଗୁରୁତ୍ବ ଦିଆଯାଉଥିବା ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଶ୍ୟାମା ପ୍ରସାଦ ବେହେରା କହିଛନ୍ତି । ଗତ ୨୦୧୯ ମସିହା ଠାରୁ ସେ ବିଜେଡିରେ ଯୋଗଦେଇ ରାଜ୍ୟ ସାଧାରଣ ସମ୍ପାଦକ ଭାବେ ସକ୍ରିୟତାର ସହ କାର୍ଯ୍ୟ କରି ଆସୁଥିଲେ । କିନ୍ତୁ କିଛିଦିନ ହେବ ଦଳକୁ ଯେଭଳି ଜଣେ ସରକାରୀ କର୍ମଚାରୀ କରାୟତ କରି ନେଇଛନ୍ତି, ତାହା ଅତ୍ୟନ୍ତ ଦୁଃଖଦାୟକ ବୋଲି ସେ କହିଛନ୍ତି । ଏପରିକି ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଡକୁ ମଧ୍ୟ ଆଙ୍ଗୁଳି ଉଠାଇଛନ୍ତି । ବିଜୁ ପଟ୍ଟନାୟକ ଜଣେ ସ୍ଵାଭିମାନୀ ରାଜନେତା ଓ ସାଧାରଣ ଜନତାଙ୍କ ସହ ସିଧାସଳଖ ସମ୍ପର୍କରେ ବିଶ୍ବାସ କରୁଥିଲେ, ହେଲେ ତାଙ୍କ ଦାୟାଦ ହୋଇ ନିଜେ ନବୀନ ଜଣେ ସଚିବଙ୍କୁ କିଭଳି ଭାବେ ସାଢେ ଚାରି କୋଟି ଓଡ଼ିଆଙ୍କ ଭାଗ୍ୟ ନିୟନ୍ତା ଭାବେ ଓଡିଶାବାସୀଙ୍କ ଉପରେ ଲଦି ଦେଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଶ୍ୟାମା ପ୍ରସାଦ ବେହେରା ।

ସେ କହୁଛନ୍ତି, "ଜନପ୍ରତିନିଧିମାନଙ୍କ ପରାମର୍ଶରେ ସରକାରୀ କଳ ଚାଲିବା କଥା । କିନ୍ତୁ ଜଣେ ସଚିବଙ୍କ ଆଗରେ ମନ୍ତ୍ରୀ ଓ ବିଧାୟକମାନେ ହାତଯୋଡ଼ି ଠିଆ ହେବା ଗଣତନ୍ତ୍ର ପ୍ରତି ଅପମାନ ଓ ଲଜ୍ଜାଜନକ ବିଷୟ । ଜଣେ ସଚିବଙ୍କ ଗସ୍ତକୁ ନେଇ ନେତାମନ୍ତ୍ରୀ ଯେଉଁଭଳି ଭାବେ ଚେୟାର ପକାଇବା ଓ ଟେଣ୍ଡର କାର୍ଯ୍ୟ ତଦାରଖ କରୁଛନ୍ତି, ତାହା ଜମାରୁ ଗ୍ରହଣଯୋଗ୍ୟ ନୁହେଁ । ଏଭଳି ଅପମାନ ଜଣେ ଗଣତନ୍ତ୍ର ପ୍ରେମୀ ଓ ସ୍ଵାଭିମାନୀ ଓଡ଼ିଆ ଭାବେ ମୁଁ କେବେବି ଗ୍ରହଣ କରିପାରିବି ନାହିଁ । ଅବହେଳିତ ବସ୍ତା ନିର୍ବାଚନମଣ୍ଡଳୀର ବିକାଶ ପାଇଁ ବାରମ୍ବାର ପ୍ରୟାସ କରି ମଧ୍ୟ ମୁଁ ବିଫଳ ହୋଇଛି । ସ୍ଵାଧୀନତାର ୭୫ ବର୍ଷ ପରେ ମଧ୍ୟ ବସ୍ତା ସଦର ମହକୁମାରେ ଗୋଟିଏ କଲେଜ ପ୍ରତିଷ୍ଠା ହୋଇପାରିଲା ନାହିଁ । କେଣାର୍କ ପେପର ମିଲ୍ ଓ ବାଲିଆପାଳ ସୂତାକଳ ବନ୍ଦ ହେବା ଯୋଗୁଁ ହଜାର ହଜାର ଶ୍ରମିକ ଆଜି ବେକାର ହୋଇଯାଇଛନ୍ତି । ବାଲିଆପାଳରେ ଏକ ଶୀତଳ ଭଣ୍ଡାର ହୋଇନାହିଁ ଓ ଝୋଟଚାଷୀ ସରକାରୀ ଦରରେ ଉତ୍ପାଦନ ବିକ୍ରି କରିପାରୁନାହାନ୍ତି । ନିଯୁକ୍ତି ଅଭାବରୁ ବସ୍ତା-ବାଲିଆପାଳର ଯୁବକ ଦାଦନ ଖଟିବାକୁ ସୁରଟ, ହାଇଦ୍ରାବାଦ ଓ ବାଙ୍ଗାଲୋର ଯାଉଛନ୍ତି ।" ଏଥିପାଇଁ ଜଣେ ସ୍ବାଭିମାନୀ ରାଜନେତା ଭାବେ ସେ ବିଜେଡିରୁ ଇସ୍ତଫା ଦେଇଥିବା ନିଜ ବିବୃତିରେ କହିଛନ୍ତି । ତେବେ ଜଣେ ସଚିବଙ୍କ ଗସ୍ତକୁ ନେଇ ତୃଣମୂଳସ୍ତରର ନେତାଙ୍କ ମଧ୍ୟରେ ଯେଉଁ ପ୍ରକାର ଅସନ୍ତୋଷ ଆଜି ଦେଖିବାକୁ ମିଳିଲା, ଆଗାମୀ ଦିନରେ ଏହା ଆହୁରି ବ୍ୟାପକ ହୋଇପାରେ ବୋଲି କୁହାଯାଉଛି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.