ETV Bharat / state

ଫିଲ୍ମ ପଠାନ୍‌କୁ ବିରୋଧ, ପ୍ରତିବନ୍ଧକ ଲଗାଇବାକୁ ଜିଲ୍ଲାପାଳଙ୍କୁ ଦାବି - ପଠାନ୍‌ ବିବାଦ

ଫିଲ୍ମ 'ପଠାନ୍‌'କୁ ନେଇ ସାରା ଦେଶରେ ବିବାଦ ଘନେଇବାରେ ଲାଗିଛି । ଏହାରି ମଧ୍ୟରେ ବାଲେଶ୍ବରରେ ଏହି ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ପ୍ରତିବାଦ ହୋଇଛି । ଅଧିକ ପଢ଼ନ୍ତୁ

film pathan
ଫିଲ୍ମ ପଠାନ୍‌
author img

By

Published : Dec 28, 2022, 10:58 PM IST

ବାଲେଶ୍ବରେ ଫିଲ୍ମ ପଠାନ୍‌କୁ ବିରୋଧ

ବାଲେଶ୍ବର: ହିନ୍ଦୀ ଫିଲ୍ମ 'ପଠାନ୍‌'କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ଅଭିନେତା ଶାହାରୁଖ ଖାନ ଓ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଅଭିନୀତ 'ପଠାନ୍‌'(Pathan Film Controversy ) ଫିଲ୍ମର ଗୀତକୁ ନେଇ ବିବାଦ ଲାଗି ରହିଛି । ଏହାକୁ କିଛି ଗୋଷ୍ଠୀ ବିରୋଧ କରୁଥିବା ବେଳେ ଫିଲ୍ମଟି ଭଲ ବ୍ୟବସାୟ କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ 'ପଠାନ୍‌' ଫିଲ୍ମରେ ବିଶେଷ ଭାବେ 'ବେଶରମ ରଙ୍ଗ' ଗୀତରେ ମୁଖ୍ୟ ନାୟିକା ଦୀପିକା ପାଦୁକୋନ ଗେରୁଆ ରଙ୍ଗର ବିକିନି ପିନ୍ଧିଛନ୍ତି । ଯାହାକୁ ନେଇ ବାଲେଶ୍ଵରର ଭାରତ ସୁରକ୍ଷା ମଞ୍ଚ ପକ୍ଷରୁ ବିରୋଧ କରାଯାଇଛି ।

ବାଲେଶ୍ଵରର ଭାରତ ସୁରକ୍ଷା ମଞ୍ଚ ପକ୍ଷରୁ ପ୍ରତିବାଦ ସ୍ବରୂପ ଏହି ଫିଲ୍ମ ଉପରେ ବ୍ୟାନ ଲଗାଇବା ପାଇଁ ଦାବି କରାଯାଇଛି। ଏଭଳି ନଗ୍ନ ଦୃଶ୍ୟ ସମାଜ ପ୍ରତି ଏକ ପ୍ରକାର କୁପ୍ରଭାବ ପକାଇବ ବୋଲି ମଞ୍ଚ ପକ୍ଷରୁ କୁହାଯାଇଛି। ସେମାନେ କହିଛନ୍ତି, ଗେରୁଆ ରଙ୍ଗ ହେଉଛି ତ୍ୟାଗ ଓ ଶୌର୍ଯ୍ୟର ପ୍ରତୀକ। ଅତି ପ୍ରାଚୀନ କାଳରୁ ଏଯାବତ ଭାରତର ମୁନି, ଋଷି, ସାଧୁ ସନ୍ୟାସୀ ମାନେ ଗୌରିକ ରଙ୍ଗର ବସ୍ତ୍ରକୁ ହିଁ ପରିଧାନ କରିଥାନ୍ତି। ଏହି ଗୌରିକ ରଙ୍ଗର ଧ୍ଵଜ ଦେଶର ବିଭିନ୍ନ ସ୍ଥାନରେ ମନ୍ଦିର ଉପରେ ଉଡ଼ିଥାଏ । ଧ୍ଵଜକୁ ସନାତନୀ ମାନେ ପୂଜା କରିଥାନ୍ତି।

ଏହା ମଧ୍ୟ ପଢ଼ନ୍ତୁ : ଭିଜିଲାନ୍ସ ହାବୁଡ଼ରେ ଉପ ନିର୍ବାହୀ ଯନ୍ତ୍ରୀ, ଏକକାଳୀନ 4ଟି ସ୍ଥାନରେ ଚଢ଼ାଉ

ଖାଲି ସେତିକି ନୁହେଁ ସର୍ବୋଚ୍ଚ ଚିହ୍ନ ଭାରତୀୟ ସମ୍ବିଧାନ ଜାତୀୟ ପତାକା ଭାବରେ ଯେଉଁ ତ୍ରିରଙ୍ଗା ପତାକାକୁ ସ୍ବୀକୃତି ଦେଇଅଛି ସେହି ପତାକାର ପ୍ରଥମ ଭାଗଟି ହେଉଛି ଗୈରିକ ରଙ୍ଗ । ଗୌରିକ ରଙ୍ଗକୁ ବେଶରମ ରଙ୍ଗ କହିବା ଦ୍ଵାରା ଜାତୀୟ ପତାକାକୁ ଅପମାନ କରାଯାଉଥିବା ମଞ୍ଚ ଅଭିଯୋଗ କରିଛି । ଏଥିପାଇଁ ଜନସାଧାରଣଙ୍କର ଧାର୍ମିକ, ସାମାଜିକ, ରାଷ୍ଟ୍ରୀୟ ଭାବନାକୁ ଆଘାତ ଦେଉଥିବା ଏହି ଚଳଚ୍ଚିତ୍ରକୁ ବାଲେଶ୍ଵର ଜିଲ୍ଲାରେ ପ୍ରତିବନ୍ଧିତ କରିବା ପାଇଁ ଜିଲ୍ଲାପାଳଙ୍କ ଠାରେ ଦାବି କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: କେନ୍ଦ୍ରାପଡା ଓ ଜଗତସିଂହପୁରରେ ଆନିକଟ, କୃତଜ୍ଞତା ଜଣାଇଲେ ଯୋଗାଣ ମନ୍ତ୍ରୀ

ସୂଚନା ଥାଉ କି ବିଭିନ୍ନ ସଂଗଠନ ପକ୍ଷରୁ ଏହି ଗୀତକୁ ହଟାଇବା ଲାଗି ଦାବି ହୋଇଛି । ଦୀପିକା ଗେରୁଆ ରଙ୍ଗର ବସ୍ତ୍ର ପିନ୍ଧିଥିବାରୁ ତାହା ଧାର୍ମିକ ଭାବନାକୁ ଆଘାତ ଦେଇଛି ବୋଲି ଅଭିଯୋଗ ହୋଇଛି । ଏହାସହିତ 'ପଠାନ୍‌ ଫିଲ୍ମକୁ 'ବଏକଟ୍‌' କରିବା ପାଇଁ ମଧ୍ୟ ଦାବି ହୋଇଛି । ଏହି ବିବାଦ ମଧ୍ୟରେ ଅନ୍ତର୍ଜାତୀୟ କୋଲକାତା ଫିଲ୍ମ ଫେଷ୍ଟିଭାଲରେ ପରୋକ୍ଷରେ ପ୍ରତିକ୍ରିୟା ରଖିଥିଲେ କିଙ୍ଗ ଖାନ ଶାହାରୁଖ । ସେ କହିଥିଲେ ଆମ ଚାରିପାଖରେ ନକରାତ୍ମକ ପରିସ୍ଥିତି ସୃଷ୍ଟି ହେଉ ନା କାହିଁକି, ଆମକୁ ପଜିଟିଭ ରହିବା ଆବଶ୍ୟକ । ଏହି ମନ୍ତବ୍ୟ ଖୁବ ଚର୍ଚ୍ଚାକୁ ଆସିଥିଲା ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.