ବାଲେଶ୍ଵର: ଜିଲ୍ଲାରେ ଶୋଚନୀୟ ରାସ୍ତାଘାଟ, ପରିମଳ ଓ ଡ୍ରେନ ବ୍ୟବସ୍ଥାରେ ବ୍ୟାପକ ସମସ୍ୟାକୁ ନେଇ ବାଲେଶ୍ଵରର ବୁଦ୍ଧିଜୀବୀମାନେ ଆଗାମୀ ଦିନରେ ଲଢେଇ କରିବେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଛନ୍ତି ।
ସୋମବାର ଏକ ଘରୋଇ ହୋଟେଲରେ ସହରର ସମସ୍ୟା ନେଇ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ପ୍ରଶାସନ ଓ ରାଜନେତାଙ୍କ ଇଚ୍ଛା ଶକ୍ତି ଅଭାବରୁ ସହର ସୌନ୍ଦର୍ଯ୍ୟକରଣରେ ବାଧକ ପାଲଟିଥିବା କୁହାଯାଇଛି । ମାସମାସ ଧରି ନାଳନର୍ଦ୍ଦମା ସଫା ନକରିବା, ରାସ୍ତାର ମରାମତି ନକରିବା ଓ ଚାରିଆଡେ ଅଳିଆ ପକାଇବାକୁ ନେଇ ବୁଦ୍ଧିଜୀବୀମାନେ ଉଦବେଗ ପ୍ରକାଶ କରିଛନ୍ତି । ଏଥିପାଇଁ ଆଗାମୀ ଜାନୁଆରୀ ମାସ ପ୍ରଥମ ସପ୍ତାହ ପରେ ଆମରଣ ଅନଶନ କରାବା ନେଇ ମଧ୍ୟ ଏମାନେ ଚେତାବନୀ ଦେଇଛନ୍ତି ।
ଏହାସହ ଆଗାମୀ ଦୁଇଦିନ ଭିତରେ ସମସ୍ୟା ସମ୍ପସର୍କରେ ଜିଲ୍ଲାପ୍ରଶାସନ ପାଖରେ ଏକ ଦାବିପତ୍ର ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଛି ।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ