ETV Bharat / state

ବସୁଧା ଯୋଜନାରେ ଫାଟ, ମରାମତି ଅପେକ୍ଷାରେ ଆଳୁମେଦା ଅଞ୍ଚଳବାସୀ - ବସୁଧା ଯୋଜନାରେ ଫାଟ

ରାଜ୍ୟବାସୀଙ୍କୁ ପାନୀୟ ଜଳର ସୁବନ୍ଦୋବସ୍ତ ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ବସୁଧା ଯୋଜନା । ହେଲେ ବାଲେଶ୍ଵର ଜିଲ୍ଲା ସଦର ବ୍ଲକ ଆଳୁମେଦା ପଞ୍ଚାୟତରେ ଏହି ଯୋଜନାର ବ୍ୟତିକ୍ରମ ଦେଖିବାକୁ ମିଳିଛି ।

ବସୁଧା ଯୋଜନାରେ ଫାଟ,  ମରାମତି ଅପେକ୍ଷାରେ ଆଳୁମେଦା  ଅଞ୍ଚଳବାସୀ

author img

By

Published : Jul 16, 2020, 2:45 PM IST

ବାଲେଶ୍ବର: ରାଜ୍ୟବାସୀଙ୍କୁ ପାନୀୟ ଜଳର ସୁବନ୍ଦୋବସ୍ତ ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ବସୁଧା ଯୋଜନା । ଏଥିରେ ଯେଉଁ ପଞ୍ଚାୟତ ଗୁଡିକରେ ପାନୀୟ ଜଳ ସମସ୍ୟା ରହିଛି ସେଠାରେ ଉଚ୍ଚ କ୍ଷମତା ସମ୍ପନ୍ନ ପାଣି ଟାଙ୍କି ତିଆରି କରାଯାଇ ଲୋକଙ୍କୁ ଘରେଘରେ ପାଣି ଯୋଗାଇ ଦିଆଯାଉଛି । ହେଲେ ବାଲେଶ୍ଵର ଜିଲ୍ଲା ସଦର ବ୍ଲକ ଆଳୁମେଦା ପଞ୍ଚାୟତରେ ଏହି ଯୋଜନାର ବ୍ୟତିକ୍ରମ ଦେଖିବାକୁ ମିଳିଛି ।

ବସୁଧା ଯୋଜନାରେ ଫାଟ, ମରାମତି ଅପେକ୍ଷାରେ ଆଳୁମେଦା ଅଞ୍ଚଳବାସୀ

ଆଳୁମେଦା ପଞ୍ଚାୟତର ଲୋକସଂଖ୍ୟା 8 ହଜାରରୁ ଅଧିକ । ସମୁଦ୍ରକୂଳିଆ ଅଞ୍ଚଳ ହୋଇଥିବାରୁ ନଳକୂପ ଥିଲେ ମଧ୍ୟ ସେଥିରୁ ବାହାରୁଛି ଲୁଣିଆ ପାଣି । ଯାହାକୁ ନେଇ ଲୋକମାନେ ଉତ୍ତମ ପାନୀୟ ଜଳ ପିଇବାରେ ଅସୁବିଧା ଭୋଗୁଥିଲେ । ଏହାକୁ ଦୃଷ୍ଟିରେ ରଖି ପଞ୍ଚାୟତରେ ତିଆରି ହୋଇଛି ଏକ ଉଚ୍ଚ କ୍ଷମତା ସମ୍ପନ୍ନ ପାଣି ଟାଙ୍କି । ଘରେ ଘରେ ଶୁଦ୍ଧ ପାନୀୟ ଜଳ ପହଞ୍ଚାଇବାର ବ୍ୟବସ୍ଥା କରିବା ପାଇଁ ତିଆରି ହୋଇଥିବା ଏହି ପାଣିଟାଙ୍କି ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ପୂର୍ବରୁ ଅଚଳ ହୋଇ ପଡି ରହିଛି । ଯେଉଁଦିନ ପାଣିଟାଙ୍କିରେ ପାଣି ଭର୍ତ୍ତି କରାଯାଇଥିଲା ସେଥିରୁ ପାଣି ଲିକ ହେବା ଆରମ୍ଭ ହୋଇଥିଲା । ପାଣି ଟାଙ୍କିର ନିର୍ମାଣ କାର୍ଯ୍ୟ ଅତି ନିମ୍ନମାନର ହୋଇଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି । ଦେଢ଼ମାସ ପୂର୍ବରୁ ପାଣିଟାଙ୍କି କାର୍ଯ୍ୟକ୍ଷମ ହେବା ନେଇ ଅଞ୍ଚଳବାସୀ ବେଶ ଖୁସି ଥିବା ବେଳେ ଏମିତି ପାଣି ଲିକ ହେବା ଯୋଗୁଁ ସେମାନଙ୍କ ଖୁସି ଧୋଇ ହୋଇଯାଇଛି ।

ବର୍ତ୍ତମାନ ସେମାନେ ବିଭାଗୀୟ ଅଧିକାରୀଙ୍କୁ ପାଣିଟାଙ୍କିର କାମ ନିମ୍ନମାନର ହୋଇଥିବା ଅଭିଯୋଗ କରିଥିବା ବେଳେ ସେମାନଙ୍କ କଥା କେହି ଶୁଣୁ ନଥିବା ସେମାନେ କହିଛନ୍ତି ।

ତେବେ ସାଧାରଣଲୋକଙ୍କ ପାଇଁ ଉଦ୍ଦିଷ୍ଟ ଏହି ଯୋଜନା କ'ଣ ସମ୍ପୂର୍ଣ୍ଣ ବାଟବଣା ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । ଚଳିତବର୍ଷ ଗ୍ରୀଷ୍ମ ଋତୁ ଚାଲିଯାଇଥିଲେ ସୁଦ୍ଧା ବସୁଧା ଯୋଜନାର ଲାଭ ଉଠାଇ ପାରି ନାହାନ୍ତି ଲୋକେ । ଏଥିପାଇଁ ସାମୁହିକ ସ୍ବାର୍ଥକୁ ଦୃଷ୍ଟିରେ ରଖି ପ୍ରଶାସନିକ ଅଧିକାରୀମାନେ ଏଥିପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.