ETV Bharat / state

ଉପନିର୍ବାଚନରେ ଅନିୟମିତତା, ପୋଲିସର ଲାଠି ଚାର୍ଜ

author img

By

Published : Nov 27, 2019, 9:17 PM IST

ଉପନିର୍ବାଚନରେ ଅନିୟମିତତା ଅଭିଯୋଗ । ବାଲେଟ୍ ବକ୍ସ ଟ୍ୟାମ୍ପରିଂ । ଭୋଗରାଇ ବ୍ଲକ ପରିସରରେ ଉତ୍ଯକ୍ତ ଲୋକଙ୍କୁ ଘଉଡାଇବା ପାଇଁ ଲାଠି ମାଡ କଲା ପୋଲିସ ।

ballet box tampering
ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ଭୋଗରାଇ ବ୍ଲକ ପରିସରରେ ଉତ୍ଯକ୍ତ ଲୋକଙ୍କୁ ଘଉଡାଇବା ପାଇଁ ଲାଠି ମାଡ କଲା ପୋଲିସ । ଖବର ଅନୁଯାୟୀ, ଭୋଗରାଇ ବ୍ଲକ ଅଧିନ ଶ୍ରଦ୍ଧାପୁର ପଞ୍ଚାୟତରେ ଉପନିର୍ବାଚନରେ ଭୋଟଦାନ ଶେଷ ହୋଇଥିଲା । ପରେ ବାଲାଟ୍ ଭର୍ତ୍ତି ବାକ୍ସ ଗୁଡିକୁ ସିଲ୍ କରି ବ୍ଲକକୁ ନେବା ବେଳେ ବାଲାଟ୍ ବକ୍ସ ଖୋଲାଯାଇଥିବା ଗ୍ରାମବାସୀ ମାନେ ଦେଖିବାକୁ ପାଇଥିଲେ । ତେବେ ଡ୍ଯୁଟିରେ ଥିବା ପ୍ରିଜାଇଡିଂ ଅଫିସର ବାଲାଟ୍ ବାକ୍ସକୁ ଖୋଲି ଟ୍ଯାମ୍ପରିଂ କରିଥିବା ଲୋକମାନେ ଅଭିଯୋଗ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ଏହାକୁ ନେଇ ପଞ୍ଚାୟତର ଶତାଧିକ ଲୋକ ଭୋଗରାଇ ବ୍ଲକକୁ ଘେରାଉ କରିବା ସହ ବ୍ଲକ ସମ୍ମୁଖରେ ବିକ୍ଷୋଭ କରିଥିଲେ । ଘଟଣା ସ୍ଥଳରେ ଉତ୍ତେଜନା ଲାଗିରହିଥିବା ବେଳେ ପ୍ରିଜାଇଡିଂ ଅଫିସରଠୁ ଗ୍ରାମବାସୀ ମାନେ 50 ହଜାର ଟଙ୍କା ଜବତ କରି ପୋଲିସକୁ ହସ୍ତାନ୍ତର କରିଥିଲେ । ଏମତି ପରିସ୍ଥିତିକୁ ନିୟନ୍ତ୍ରଣାଧିନ କରିବା ପାଇଁ ପୋଲିସ ଫୋର୍ସ ଲୋକଙ୍କ ଉପରେ ମୃଦୁ ଲାଠି ଚାଳନା କରିଥିବା ଦେଖିବାକୁ ମିଳିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ପରିସର ରେ ଉତ୍ଯକ୍ତ ଲୋକଙ୍କୁ ଘଉଡାଇବା ପାଇଁ ଲାଠି ଚାର୍ଜ କଲା ପୋଲିସ।

ଖବର ଅନୁଯାୟୀ, ଭୋଗରାଇ ବ୍ଲକ ଅଧିନ ଶ୍ରଦ୍ଧାପୁର ପଞ୍ଚାୟତରେ ଉପନିର୍ବାଚନରେ ଭୋଟଦାନ ଶେଷ ହୋଇଥିଲା। ପରେ ବାଲାଟ ଭର୍ତ୍ତି ବାକ୍ସ ଗୁଡିକୁ ସିଲ କରି ବ୍ଲକ କୁ ନେବା ବେଳେ ବାଲାଟ ବକ୍ସ ଖୋଲାଯାଇଥିବା ଗ୍ରାମବାସୀ ମାନେ ଦେଖିବାକୁ ପାଇଥିଲେ। ତେବେ ଡ୍ଯୁଟିରେ ଥିବା ପ୍ରିଜାଇଡିଂ ଅଫିସର ବାଲାଟ ବାକ୍ସ କୁ ଖୋଲି ଟ୍ଯାମ୍ପରିଂ କରିଥିବା ଲୋକମାନେ ଅଭିଯୋଗ କରିଥିଲେ। ଏହାକୁ ନେଇ ପଞ୍ଚାୟତ ର ଶତାଧିକ ଲୋକ ଭୋଗରାଇ ବ୍ଲକ କୁ ଘେରାଉ କରିବା ସହ ବ୍ଲକ ସମ୍ମୁଖରେ ବିକ୍ଷୋଭ କରିଥିଲେ। ଘଟଣା ସ୍ଥଳରେ ଉତ୍ତେଜନା ଲାଗିରହିଥିବା ବେଳେ ପ୍ରିଜାଇଡିଂ ଅଫିସର ଠୁ ଗ୍ରାମବାସୀ ମାନେ 50 ହଜାର ଟଙ୍କା ଜବଦ କରି ପୋଲିସ କୁ ହସ୍ତାନ୍ତର କରିଥିଲେ। ଏମତି ପରିସ୍ଥିତି କୁ ନିୟନ୍ତ୍ରଣାଧିନ କରିବା ପାଇଁ ପୋଲିସ ଫୋର୍ସ ଲୋକଙ୍କ ଉପରେ ମୃଦୁ ଲାଠି ଚାଳନା କରିଥିବା ଦେଖିବାକୁ ମିଳିଛି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.