ETV Bharat / state

ବାଲିଆପାଳ ନାବାଳକ ମୃତ୍ୟୁ ଘଟଣା, ଢାବା ମାଲିକ ଘରେ ନିଆଁ ଲଗାଇଲେ ଉତ୍ତ୍ୟକ୍ତ ଲୋକେ

author img

By

Published : Jul 27, 2019, 12:49 AM IST

ବାଲିଆପାଳ ନାବାଳକ ମୃତ୍ୟୁ ଘଟଣାରେ ଅଶାନ୍ତ ହୋଇଉଠିଛି ସ୍ଥାନୀୟ ଅଞ୍ଚଳ । ଢାବା ମାଲିକ ଘରେ ନିଆଁ ଲଗାଇଦେଲେ ଉତ୍ତ୍ୟକ୍ତ ଲୋକେ । ଘଟଣାକୁ ଆଖି ଆଗରେ ରଖି ବାଲିଆପାଳରେ 10 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ବାଲିଆପାଳ ନାବାଳକ ମୃତ୍ୟୁ ଘଟଣାରେ ଉତ୍ତେଜନା ଥମିବାରେ ନାଁ ନେଉନି। ଶୁକ୍ରବାର ସକାଳେ ଉତ୍ୟକ୍ତ ଲୋକେ ପୋଲିସକୁ ଗୋଡାଇ ଗୋଡାଇ ପିଟିବା ସହ ଢାବା ଭଙ୍ଗାରୁଜା କରିଥିବାବେଳେ ରାତିରେ ଢାବାରେ ଓ ଢାବା ମାଲିକ ଘରେ ନିଆଁ ଲଗାଇ ଦେଇଛନ୍ତି ଉତ୍ତ୍ୟକ୍ତ ଲୋକେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ସୂଚନା ଥାଉକି, ଶୁକ୍ରବାର ବାଲିଆପାଳ-ବସ୍ତା ମୁଖ୍ୟ ରାସ୍ତାର ଇଡକୋ ହସ୍ପିଟାଲ ଛକ ନିକଟରେ ଥିବା ରାଜଧାନୀ ଢାବାରୁ ଜଣେ ନାବାଳକର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଥିଲା । ଏହାକୁ ଆତ୍ମହତ୍ୟା ନୁହେଁ ବରଂ ହତ୍ୟା ଦର୍ଶାଇ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିବା ସହ ପୋଲିସକୁ ଗୋଡାଇ ଗୋଡାଇ ପିଟିଥିଲେ । ପରେ ଏସପି ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ସାମାନ୍ୟ ଶାନ୍ତ ପଡିଥିଲା।

ତେବେ ରାତିରେ ପୁଣି ଥରେ ଲୋକଙ୍କ ଉତ୍ତେଜନା ଦେଖାଦେଇଥିଲା । ଫଳରେ ପୋଲିସ ମୃଦୁ ଲାଠିଚାଳନା କରିଥିଲା । ତେବେ ଘଟଣାକୁ ଆଖି ଆଗରେ ରଖି ବାଲିଆପାଳରେ 10 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିବା ଜଣାପଡିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ଢ଼ାବାରେ କାମ କରୁଥିବା ଜଣେ ନାବାଳକ ମୃତ୍ୟୁକୁ ନେଇ ବାଲିଆପାଳରେ ଉତ୍ତେଜନା ଥମିବାରେ ନାଁ ନେଉନି। ସକାଳେ ଉତ୍ୟକ୍ତ ଲୋକେ ପୋଲିସକୁ ଗୋଡାଇଗୋଡ଼ାଇ ପିଟିବା ସହ ଢ଼ାବା ଭଙ୍ଗାରୁଜା କରିଥିଲେ। ବାଲେଶ୍ୱର ଏସପି ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ସାମାନ୍ୟ ଶାନ୍ତ ପଡିଥିଲା। ନାବାଳକକୁ ଢ଼ାବା ମାଲିକ ହତ୍ୟା କରିଥିବା ବେଳେ ନାବାଳକର ବାପା ପାଖ୍ୟାଘାତ ରୋଗରେ ପୀଡିତ ହୋଇଥିବାରୁ ପରିବାର ପାଇଁ ସାହାରା ପଲଟିଥିବା ବାଳକକୁ ମାରିଦିଆଯାଇଛି ବୋଲି ଅଭିଯୋଗ ହୋଇଛି। ଅନ୍ୟପଟେ ନାବାଳକର ଯୌନାଙ୍ଗରେ ଆଘାତ ଲାଗିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ସବୁକିଛି ଶାନ୍ତ ପଡିଥିବା ବେଳେ ହଠାତ ପୁଣି ରାତିରେ ଲୋକମାନେ ତାତି ଉଠିଥିଲେ। ଢ଼ାବା ମାଲିକର ଘର, ଢ଼ାବାରେ ନିଆଁ ଲଗାଇ ପୋଡି ଦେଇଥିଲେ। ପୋଲିସ ଲୋକଙ୍କ ଉତ୍ତେଜନାକୁ ଦେଖି ମୃଦୁ ଲାଠି ଚାଳନା କରିଥିଲା। ଘଟଣାକୁ ଆଖିରେ ରଖି ବାଲିଆପାଳରେ 10 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ଜଣାପଡିଛି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.