ETV Bharat / state

ଲାଞ୍ଚ ନେଇ ନିଲମ୍ବିତ କମର୍ଦ୍ଦା ଥାନା ଏଏସଆଇ

ବାଲେଶ୍ଵର ଜିଲ୍ଲା କମର୍ଦ୍ଦା ଥାନାର ଏଏସଆଇ ଭକ୍ତହରି ପଟ୍ଟନାୟକ ନିଲମ୍ବିତ । ଲାଞ୍ଚ ନେବା ଅଭିଯୋଗରେ ତାଙ୍କୁ ନିଲମ୍ବିତ କଲେ ଏସପି । ଅଧିକ ପଢନ୍ତୁ...

author img

By

Published : Jan 8, 2021, 6:17 PM IST

balesore kamarda police station ASI suspended
ଲାଞ୍ଚ ପଡ଼ିଲା ମହଙ୍ଗା, ନିଲମ୍ବିତ ହେଲେ କମର୍ଦ୍ଦା ଥାନା ଏଏସଆଇ

ବାଲେଶ୍ବର: ମହଙ୍ଗା ହେଲା ଲାଞ୍ଚ ନେବା । ଅଭିଯୋଗକାରୀଙ୍କ ଠାରୁ ଲାଞ୍ଚ ନେବା ଏବଂ ତାଙ୍କୁ ଦୁର୍ବ୍ୟବହାର କରିବା ଘଟଣାରେ ନିଲମ୍ବିତ ହେଲେ ବାଲେଶ୍ଵର ଜିଲ୍ଲା କମର୍ଦ୍ଦା ଥାନାର ଏଏସଆଇ ଭକ୍ତହରି ପଟ୍ଟନାୟକ । ଶୁକ୍ରବାର ଭକ୍ତହରିଙ୍କୁ ଏସପି ନିଲମ୍ବନ କରିଛନ୍ତି ।

ସୂଚନାଯୋଗ୍ୟ, ଗତ 5 ତାରିଖରେ ଦୁଇଟି ପୃଥକ ମାମଲାରେ କମର୍ଦ୍ଦା ଥାନାର ଦୁଇ ଅଭିଯୋଗକାରୀଙ୍କ ଠାରୁ ତଦନ୍ତ କରିବା ପାଇଁ ସମ୍ପୃକ୍ତ ଏଏସଆଇ ଦୁଇ ହଜାର ଟଙ୍କା ଲେଖାଏଁ ଲାଞ୍ଚ ନେବା ଅଭିଯୋଗ ହୋଇଥିଲା । ପରେ ତଦନ୍ତ ନ କରିବା ଘଟଣା ସମ୍ପର୍କରେ ଅଭିଯୋଗକାରୀ ପଚାରିବାରୁ ତାଙ୍କୁ ଏଏସଆଇ ଦୁର୍ବ୍ୟବହାର କରିଥିଲେ । ଏନେଇ ବାଲେଶ୍ଵର ଏସପିଙ୍କ ନିର୍ଦ୍ଦେଶକ୍ରମେ ଆଡ଼ିସିନାଲ ଏସପି ମନୋରଞ୍ଜନ ସାମଲ ତଦନ୍ତ ପାଇଁ କମର୍ଦ୍ଦା ଥାନାରେ ପହଞ୍ଚିଥିଲେ । ଘଟଣାର ତଦନ୍ତ ପରେ ଏଏସଆଇଙ୍କୁ ନିଲମ୍ବନ କରାଯାଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.