ETV Bharat / state

ଆଣ୍ଟି ନାରକୋଟିକ୍ସ ସ୍କ୍ୱାଡ୍‌ର ଆକ୍ସନ୍‌, ମୂଳପୋଛ ହେବ ବ୍ରାଉନସୁଗର ବେପାର !

author img

By

Published : Jan 25, 2023, 10:41 AM IST

ଆକ୍ସନ୍‌ ମୁଡରେ ଏସପି ସାଗରିକା ନାଥ । ଏଣିକି ବ୍ରାଉନସୁଗାର ବେପାରରେ ବ୍ରେକ୍‌ ଲାଗିବ । ଅଧିକ ପଢ଼ନ୍ତୁ

Sale of Brown sugar
ବ୍ରାଉନସୁଗର ବେପାର
ବ୍ରାଉନସୁଗର ବେପାର

ବାଲେଶ୍ଵର: ବାଲେଶ୍ଵର ପୋଲିସର ଆରମ୍ଭ ହେଲା ବ୍ରାଉନସୁଗର ଚଢ଼ାଉ ଅଭିଯାନ । ନୂଆକରି ଯୋଗ ଦେଇଥିବା ଏସପି ସାଗରିକା ନାଥଙ୍କ କହିବା ଅନୁସାରେ ଏକ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଗଠନ କରାଯାଇ ବ୍ରାଉନସୁଗର ବେପାର ରୋକିବା ପାଇଁ ପ୍ରୟାସ କରାଯାଉଛି । ଏହି ପରିପ୍ରେକ୍ଷୀରେ ଉକ୍ତ ଟାସ୍କ ଫୋର୍ସ ବାଲେଶ୍ଵର ସହଦେବଖୁଣ୍ଟା ଥାନା ଅରଡ଼ ବଜାର ଅଞ୍ଚଳରେ ଚଢ଼ାଉ କରି ଜଣେ ମହିଳା ବେପାରୀଙ୍କୁ ଗିରଫ କରିଛି । ଏହାସହ ତାଙ୍କ ନିକଟରୁ ବ୍ରାଉନସୁଗର ଓ ଟଙ୍କା ଜବତ କରାଯାଇଛି । ଏନେଇ ଏସପି ସାଗରିକା ନାଥ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସବିଶେଷ ତଥ୍ୟ ପ୍ରଦାନ କରିଛନ୍ତି ।

ତେବେ ବାଲେଶ୍ଵରରେ ଏସପି ସାଗରିକା ନାଥ ଯୋଗଦେବା ପରେ ତାଙ୍କର ପ୍ରଥମ ଟାର୍ଗେଟ ଥିଲା ବ୍ରାଉନସୁଗର ବେପାର ଉପରେ ରୋକ ଲଗାଇବା । ଏଥିପାଇଁ ଏସପିଙ୍କ ତତ୍ବାବଧାନରେ ୨ ଜଣ ଏସଡିପିଓ ଓ ଜଣେ ସିଟି ଡିଏସପିଙ୍କୁ ନେଇ ଆଣ୍ଟି ନାରକୋଟିକ୍ସ ସ୍କ୍ୱାଡ୍‌ ଗଠନ କରାଯାଇଛି । ଏହି ସ୍କ୍ୱାଡ୍‌ ଵିଶେଷ କରି ବାଲେଶ୍ଵର ଜିଲ୍ଲାର ବ୍ରାଉନସୁଗାର ହବ୍‌ କୁହାଯାଉଥିବା ଅଞ୍ଚଳଗୁଡିକରେ ତୀକ୍ଷ୍ଣ ନଜର ରଖିବେ । ଏହାସହ ନିୟମିତ ଭାବେ ଚଢ଼ାଉ ଜାରି ରଖିବେ ।

ଏଥିପାଇଁ ଆବଶ୍ୟକୀୟ ସମସ୍ତ ପ୍ରକାର ସହଯୋଗ ପୋଲିସ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଇଛି । ଏହି ଟିମ୍‌ ବା ସ୍କ୍ୱାଡ୍‌ କେବଳ ବ୍ରାଉନସୁଗାର କାରବାର ଉପରେ ନଜର ରଖିବା ସହ ବାହାର ରାଜ୍ୟରୁ ବାଲେଶ୍ଵରରେ ବେପାର ଚଳାଉଥିବା ବେପାରୀ ତଥା ଡ୍ରଗ୍‌ ଡିଲରମାନଙ୍କ ଉପରେ ମଧ୍ୟ ନଜର ରଖିବ । ଏହି ସ୍କ୍ୱାଡ୍‌ ତୃଣମୂଳ ସ୍ତରରେ ହେଉଥିବା ବ୍ରାଉନସୁଗର କାରବାରଠାରୁ ଆରମ୍ଭ କରି କିଙ୍ଗ୍‌ପିନ ପର୍ଯ୍ୟନ୍ତ ପହଞ୍ଚିବ ପୋଲିସ ।

ଏହି ସ୍କ୍ୱାଡ୍‌ ଗଠନ ହେବାପରେ ପ୍ରଥମ କରି ବାଲେଶ୍ଵର ସହରର ଅରଡ଼ବଜାର ଅଞ୍ଚଳରେ ଚଢ଼ାଉ କରି ସୋହେଲା ବିବି ନାମକ ଜଣେ ମହିଳା ବେପାରୀଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ 17.2 ଗ୍ରାମ ବ୍ରାଉନସୁଗର ଜବତ କରାଯାଇଛି । ଯାହାର ମୂଲ୍ୟ 1 ଲକ୍ଷ 72 ହଜାର ଟଙ୍କା ହେବ ବୋଲି ଜଣାପଡିଛି । ଏହାସହ ଉକ୍ତ ମହିଳାଙ୍କଠାରୁ 8 ହଜାର 100 ନଗଦ ଟଙ୍କା ଜବତ କରିଛି ପୋଲିସ ।

ଗିରଫ ହୋଇଥିବା ମହିଳାଙ୍କ ଏହା ପାରିବାରିକ କାରବାର ବୋଲି ପୋଲିସ ସୂଚନା ଦେଇଛି । ମହିଳାଙ୍କ ସମେତ ତାଙ୍କ ପୁଅ ମଧ୍ୟ ଏହି କାରବାରରେ ସମ୍ପୃକ୍ତ ବୋଲି ସୂଚନା ମିଳିଛି । ତେବେ ଆଗାମୀ ଦିନରେ ବ୍ରାଉନସୁଗର କାରବାର ଉପରେ ନଜର ରଖିବା ସହ ବାହାର ରାଜ୍ୟର ବେପାରୀଙ୍କ ଉପରେ ରୋକ ଲଗାଇବା ନେଇ ଏସପି ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.