ETV Bharat / state

ଭିନ୍ନକ୍ଷମଙ୍କ ଅଭିନ୍ନ କଳାକୃତି, ସୁନ୍ଦର ଡଙ୍ଗା ତିଆରି କରି ଚର୍ଚ୍ଚାରେ ଭଗବାନ - ଭଗବାନ ବାରିକଙ୍କ ହାତରେ ଆକର୍ଷଣୀୟ ସୋଲ ଡଙ୍ଗା

ବାଲେଶ୍ବର ଜିଲ୍ଲା ସିମୁଳିଆ ବ୍ଲକ ବାଲିଖଣ୍ଡ ଗ୍ରାମର ଭଗବାନ ବାରିକଙ୍କ ହାତରେ ଆକର୍ଷଣୀୟ ସୋଲ ଡଙ୍ଗା । ଅଧିକ ପଢ଼ନ୍ତୁ

innovative boat making by bhagavan barik in balasore
ଭିନ୍ନକ୍ଷମଙ୍କ ଅଭିନ୍ନ କଳାକୃତି, ସୁନ୍ଦର ଡଙ୍ଗା ତିଆରି କରି ଚର୍ଚ୍ଚାରେ ଭଗବାନ
author img

By

Published : Nov 7, 2022, 2:00 PM IST

ବାଲେଶ୍ଵର: ରାତି ପାହିଲେ କାର୍ତ୍ତିକ ପୂର୍ଣ୍ଣିମା । ବୋଇତ ବନ୍ଦାଣ ପାଇଁ ବଜାରରେ ରଙ୍ଗ ବେରଙ୍ଗର ଡଙ୍ଗା ବିକ୍ରି ଚାଲିଛି । ବାଲେଶ୍ବର ଜିଲ୍ଲା ସିମୁଳିଆ ବ୍ଲକ ବାଲିଖଣ୍ଡ ଗ୍ରାମର ଜଣେ ଭିନ୍ନକ୍ଷମ ବ୍ୟକ୍ତି ସୋଲରେ ଆକର୍ଷଣୀୟ ଡଙ୍ଗା ତିଆରି କରି ଚର୍ଚ୍ଚାରେ ରହିଛନ୍ତି । ରାହାସ ପୂର୍ଣ୍ଣିମାରେ ଡଙ୍ଗା ଭସାଣ ହେବାକୁ ଥିବାବେଳେ ଭଗବାନ ବାରିକ ସୁନ୍ଦର ସୁନ୍ଦର ସୋଲ ଡଙ୍ଗା ତିଆରି କରୁଛନ୍ତି ।

bhagavan barik physically disabled man wins heart by making attractive boat for kartika purnima

ଦୀର୍ଘ 8 ବର୍ଷ ଧରି ଭଗବାନ ଡଙ୍ଗା ତିଆରି କାର୍ଯ୍ୟରେ ଲାଗିଛନ୍ତି । କାର୍ତ୍ତିକ ପୂର୍ଣ୍ଣିମାର ମାସେ ପୂର୍ବରୁ ଭଗବାନ ବଜାରରୁ ସୋଲ କିଣି ତାକୁ କାଟି ବିଭିନ୍ନ ରଙ୍ଗ ଦେଇ ଭଳିକି ଭଳି ଡଙ୍ଗା ତିଆରି କରନ୍ତି । ନିଜର ଏକ ଭଙ୍ଗା ପାନ ଦୋକାନରେ ବସି ଡଙ୍ଗା ବିକ୍ରି କରିବା ସହ ପାଖ ବାଲିଖଣ୍ଡ ବଜାରରେ ବିକ୍ରି କରି ଦୁଇ ପଇସା ରୋଜଗାର କରିଥାନ୍ତି । ବଜାରକୁ ବିଭିନ୍ନ ରଙ୍ଗ ବେରଙ୍ଗ ଡଙ୍ଗା ଆସୁଥିଲେ ମଧ୍ୟ ଭଗବାନ ବାରିକଙ୍କ ହାତ ତିଆରି ଡଙ୍ଗା ବେଶ ଚାହିଦା ରହିଛି । 15ରୁ 20 ଟଙ୍କା ମୂଲ୍ୟରେ ଆକର୍ଷଣୀୟ ଡଙ୍ଗା ତିଆରି କରି ଭଗବାନ ବାରିକ ବିକ୍ରି କରିଥାନ୍ତି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.