ବାଲେଶ୍ଵର: ଟାଉନ ଥାନାର ଏସଆଇ ବିମଳ କୁମାର କର ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି । ଏକ ଜମିଜମା ଗଣ୍ଡଗୋଳରେ ମାମଲା ରଫାଦଫା କରିବା ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି ।
ସୂଚନାଯୋଗ୍ୟ, ବୈରାମ ନଗର ଅଞ୍ଚଳର ବିଭୁପ୍ରସାଦ ପାତ୍ର ଓ ପ୍ରଫୁଲ୍ଲ ପାତ୍ରଙ୍କ ଭିତରେ ଜମିଜମାକୁ ନେଇ ଗଣ୍ଡଗୋଳ ଲାଗି ରହିଥିଲା। ଏହାକୁ ରଫାଦଫା କରିବା ପାଇଁ ଏସଆଇ ବିମଳ କର ବିଭୁପ୍ରସାଦଙ୍କୁ 25 ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ବିଭୁପ୍ରସାଦ ଏନେଇ ଭିଜିଲାନ୍ସର ଦ୍ବାରସ୍ଥ ହେବାପରେ ଭିଜିଲାନ୍ସ ଟିମ ଟାଉନ ଥାନାରୁ ବିମଳ କରଙ୍କୁ ଗିରଫ କରିଛି। ଏସଆଇ ଓ ବିଭୁପ୍ରସାଦଙ୍କ ଭିତରେ ମଧ୍ୟସ୍ଥି ସାଜିଥିବା ସନ୍ତୋଷ ଦାସଙ୍କୁ ଭିଜିଲାନ୍ସ ଗିରଫ କରିଛି।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ