ETV Bharat / state

ଏମିତି ଏକ ମନ୍ଦିର..ଭଗବାନ ନୁହେଁ ପୂଜା ପାଆନ୍ତି ପଞ୍ଚଭୂତ

author img

By

Published : Nov 18, 2020, 5:38 PM IST

ବିଶ୍ବାସ- ଆସ୍ଥାର ପ୍ରତୀକ ଶୂନ୍ୟମଣ୍ଡପ । ବାଲେଶ୍ବର କୁପାରୀରେ ରହିଛି ଏହି ସ୍ବତନ୍ତ୍ର ପୀଠ । ଯେଉଁଠି ଦେବାଦେବୀ ନୁହେଁ ଶୂନ୍ୟବ୍ରହ୍ନକୁ କରାଯାଏ ପୂଜା । କଣ ରହିଛି ଏହି ପୀଠର ମାହାତ୍ମ୍ୟ । ଅଧିକ ପଢନ୍ତୁ...

ଏମିତି ଏକ ମନ୍ଦିର..ଭଗବାନ ନୁହେଁ ପୂଜା ପାଆନ୍ତି ପଞ୍ଚଭୂତ
ଏମିତି ଏକ ମନ୍ଦିର..ଭଗବାନ ନୁହେଁ ପୂଜା ପାଆନ୍ତି ପଞ୍ଚଭୂତ

ବାଲେଶ୍ବର: ସଂସ୍କୃତିର ଗନ୍ତାଘର କୁହାଯାଉଥିବା ରାଜ୍ୟ ହେଉଛି ଓଡିଶା । କାହିଁ କେଉଁ କାଳରୁ ଏହାର ସଂସ୍କୃତି,ଐତିହ୍ୟ,ଏବଂ ପରମ୍ପରା ସବୁ ସମୟରେ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିଆସିଛି । ଏହାର ପ୍ରତ୍ୟେକ ପର୍ଯ୍ୟଟନ ସ୍ଥଳୀରେ ରହିଛି ଉତ୍କଳୀୟ ପ୍ରାଚୀନ ସଂସ୍କୃତି ସହିତ ପରୋପକାରର ଅନ୍ତର୍ନିହିତ ଗୁଣ । ଓଡିଶାରେ ଏହିପରି ଏକ ଦର୍ଶନୀୟ ତଥା ପ୍ରାଚୀନ ଐତିହ ସମ୍ପର୍ଣ୍ଣ ପବିତ୍ର ପୀଠ ହେଉଛି ବାଲେଶ୍ବର କୁପାରୀରେ ଅବସ୍ଥିତ ‘ଶୂନ୍ୟମଣ୍ଡପ ପୀଠ’ ।

ବାଲେଶ୍ବରରେ ଥିବା କୁପାରୀ ଶୁନ୍ୟ ମଣ୍ଡପ ପୀଠ ସବୁ ସମୟରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରି ଆସିଛି । ମହାଶୂନ୍ୟରେ ଥିବା ପରମବ୍ରହ୍ମଙ୍କ ପାଦୁକା ପାନ କରି ଶ୍ରଦ୍ଧାଳୁମାନେ ବିଭିନ୍ନ ଦୂରାରୋଗ୍ୟରୁ ମୁକ୍ତି ପାଉଥିବା ବିଶ୍ବାସ ରହିଛି । ସେହି ବିଶ୍ବାସ ନେଇ ବର୍ଷସାରା ଏଠାରେ ଶ୍ରଦ୍ଧାଳୁଙ୍କର ଭିଡ ପରିଲିକ୍ଷିତ ହୋଇଥାଏ ।

ଓଡିଶାର ପର୍ଯ୍ୟଟନସ୍ଥଳୀରେ ନୂଆ କରି ସାମିଲ ହୋଇଥିବା ଏହି ପର୍ଯ୍ୟଟନସ୍ଥଳୀଟି ବାଲେଶ୍ବର ସଦର ମହକୁମା ଠାରୁ ମାତ୍ର ୮୦ କିମି ଦୂରରେ ଅବସ୍ଥିତ । ଏଠାକାର ଶାନ୍ତ ପରିବେଶ ସହିତ ବିସ୍ତୀର୍ଣ୍ଣ ଶାଳବଣର ମନୋରମ ବୃକ୍ଷରାଜିର ଦୃଶ୍ୟ ପର୍ଯ୍ୟଟକଙ୍କୁ ସବୁ ସମୟରେ ଆକୃଷ୍ଟ କରିଥାଏ । କେବଳ ପ୍ରାକୃତିକ ପରିବେଶ ନୁହେଁ ଏହି ପବିତ୍ରପୀଠର କିମ୍ବଦନ୍ତୀ ବି ବହୁ ପୁରଣା ।

ଓଡିଶାର ପୁରପଲ୍ଲୀରେ ବେଶ୍ ପରିଚିତ ‘ଶିବକଳ୍ପ ସମୟ ନିର୍ଘଣ୍ଟ ମାଳିକକ’ରେ ଏହି ପବିତ୍ର ପୀଠର ବର୍ଣ୍ଣନା କରାଯାଇଥିବା ଦେଖିବାକୁ ମିଳିଥାଏ । ଏହାର ଇତିହାସରୁ ଜଣାଯାଏ ଯେ, ଆଜକୁ ପ୍ରାୟ ୫ଶହ ବର୍ଷ ତଳେ ନିରାକାର ପରମବ୍ରହ୍ମଙ୍କ ନିର୍ଦ୍ଦେଶ ଅନୁସାରେ ଅଚ୍ୟୁତାନନ୍ଦ ଦାସ ଏଠାକୁ ଯୋଗ କରିବାକୁ ଆସିଥିଲେ । ତାଙ୍କର ରହଣି କାଳ ମଧ୍ୟରେ ସେ ଏଠାରେ ଯୋଗ ସାଧନା କରି ଯୋଗର ସିଦ୍ଧତ୍ବ ପ୍ରାପ୍ତ ହୋଇଥିଲେ । ଏଠାରେ ସିଦ୍ଧତ୍ବ ପ୍ରାପ୍ତି ହେଲା ପରେ ପରବର୍ତ୍ତୀ ସମୟରେ ସେ ସାରା ଓଡିଶା ଭ୍ରମଣ କରି ନିଜର ଧର୍ମବାଣୀ ପ୍ରଚାର ପ୍ରସାର କରିଥିଲେ । ଅଚ୍ୟୁତାନନ୍ଦ ଦାସଙ୍କ ସିଦ୍ଧିତ୍ବ ପ୍ରାପ୍ତି ପାଇଁ ପବିତ୍ରପୀଠଟି ବେଶ୍ ଉପଯୋଗୀ ଥିଲା ବୋଲି ଜଣାଯାଏ ।

ପୀଠକୁ ନେଇ ଇତିହାସରୁ ଜଣାଯାଏ...

ଅଚ୍ୟୁତାନନ୍ଦ ଦାସଙ୍କ ପ୍ରସ୍ଥାନ ପରେ ଏହି ପବିତ୍ର ପୀଠଟି ଲୋକଲୋଚନର ଆଢୁଆଳରେ ବେଶ୍ କିଛି ଦିନ ରହିଲା ମାତ୍ର ଶୂନ୍ୟବାସୀ ପରମବ୍ରହ୍ମଙ୍କ ନିର୍ଦ୍ଦେଶ ହେଲା ମହାରାଜା ପ୍ରଭାକର ଦାସଙ୍କୁ । ସେତେବେଳେ ତାଙ୍କୁ ୨୮ ବର୍ଷ ହୋଇଥାଏ । ସେ କୋଲକାତାର ଏକ ଚରଟ କଳରେ କାମ କରୁଥିଲେ । ଶୂନ୍ୟ ମହାପ୍ରଭୁଙ୍କର ବାରମ୍ବାର ସ୍ବପ୍ନାଦେଶ ଯୋଗୁଁ ପ୍ରଭାକର ଚାକିରି ଛାଡିଲେ ଏବଂ ପୂର୍ବରୁ ମିଳିଥିବା ନିର୍ଦ୍ଦେଶ ଅନୁସାରେ ସଠିକ ଜାଗାରେ ପହଁଚିଲେ ।

ସ୍ବପ୍ନରେ ସେ ଯେଉଁ ଦୃଶ୍ୟ ଦେଖିଥିଲେ ତାହାକୁ ସେ ନିଜ ସ୍ବଚକ୍ଷୁରେ ଦେଖି ହତବାକ୍ ହୋଇଗଲେ । ପରେ ଶୂନ୍ୟ ମହାପ୍ରଭୁଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କରି ଏହି ପୀଠକୁ ଲୋକଲୋଚନକୁ ଆଣିବାକୁ ସଂକଳ୍ପ ନେଲେ । ସବୁଠାରୁ ଆଶ୍ଚର୍ଯ୍ୟକର ଘଟଣା ଥିଲା ଦୀର୍ଘ ୫ଶହ ବର୍ଷ ପୂର୍ବେ ଅଚ୍ୟୁତାନନ୍ଦ ଦାସ ଯେଉଁ ପାଦୁକା କୁଣ୍ଡକୁ ବ୍ୟବହାର କରୁଥିଲେ ତାହା ମଧ୍ୟ ସେହି ସମୟ ପର୍ଯ୍ୟନ୍ତ ଅକ୍ଷତ ଅବସ୍ଥାରେ ଥିଲା । ବିଭିନ୍ନ ଘାତପ୍ରତିଘାତ ଭିତରେ ପ୍ରଭାକରଙ୍କ ଅପ୍ରାଣ ଉଦ୍ୟମ ଯୋଗୁଁ ଏହି ଐତିହ ସଂପନ୍ନ ପୀଠଟି ୧୯୩୬ ମସିହାରେ ପୁନର୍ବାର ଲୋକ ଲୋଚନକୁ ଆସିଥିଲା ।

ଓଡିଶାର ଅନ୍ୟ ପର୍ଯ୍ୟଟନସ୍ଥଳୀ ପରି ଏଠାରେ କୌଣସି ଦେବଦେବୀଙ୍କ ମନ୍ଦିର ଏବଂ ମୂର୍ତ୍ତି ଦେଖିବାକୁ ମିଳେ ନାହିଁ । ଶୂନ୍ୟଶୂନ୍ୟ ମହାଶୂନ୍ୟରେ ବସବାସ କରୁଥିବା ନିରାକାର ପରମବ୍ରହ୍ମ ଶୂନ୍ୟବାସୀଙ୍କ ପାଇଁ ଏଠାରେ କେବଳ ଏକ ମଣ୍ଡପ ବ୍ୟତୀତ ଆଉ କିଛି ଦେଖିବାକୁ ମିଳେ ନାହିଁ । ସୂର୍ଯ୍ୟ ଉପାସକ ନିରାକାର ପନ୍ଥ ଉପରେ ଏହି ପବିତ୍ର ପୀଠଟି ପର୍ଯ୍ୟବେଷିତ । ଏଠାରେ ସମସ୍ତ ରୀତିନୀତି କେବଳ ବିଶ୍ବାସ ଦ୍ବାରା ହିଁ ହୋଇଥାଏ । ଏଠାରେ କୌଣସି ଦେବଦେବୀଙ୍କ ପୂଜାର୍ଚ୍ଚନା କରାଯାଏ ନାହିଁ କି କୌଣସି କୁସଂସ୍କାର ଆଳରେ କୌଣସି ବଳି ପ୍ରଥାକୁ ପ୍ରଶୟ ଦିଆଯାଏ ନାହିଁ । ଏଠାରେ ପଞ୍ଚଭୂତ ତତ୍ତ୍ବ ଯଥା ପୃଥିବୀ,ଜଳ,ବାୟୁ,ଅଗ୍ନି ଓ ଆକାଶକୁ ପୂଜା କରାଯାଇଥାଏ । ଏଠାରେ କେବଳ ଦିନକୁ ୨ଥର ସକାଳୁ ଏବଂ ସଂଧ୍ୟାରେ ପରମ ପିତାଙ୍କ ଉଦ୍ଦେଶ୍ୟରେ ଭୋଗ ନୈବେଦ୍ୟ ଅର୍ପଣ କରାଯାଇଥାଏ ।

ସଂପୂର୍ଣ୍ଣ ବିଶ୍ବାସ ଉପରେ ପର୍ଯ୍ୟବେଶିତ ଏହି ପୀଠରେ ଅନେକ ଭକ୍ତ ସେମାନଙ୍କର ଦୂରାରୋଗ୍ୟର ଉପଶମ ପାଇଁ ଏଠାକୁ ଆସୁଥିବା ଦେଖିବାକୁ ମିଳେ । ଡାକ୍ତର ମାନଙ୍କ ଠାରୁ ସଂପୂର୍ଣ୍ଣ ନିରାଶ ହୋଇ ଏଠାରେ କେତେକ ରୋଗୀ ସଂପୂର୍ଣ୍ଣ ଆରୋଗ୍ୟ ହୋଇ ଯାଉଥିବାର ଲୋକ ଶ୍ରୁତି ମଧ୍ୟ ଶୁଣିବାକୁ ମିଳେ ।

ଏହି ପୀଠରେ ବର୍ଷକୁ ପ୍ରାୟତଃ ୬ଟି ଉତ୍ସବକୁ ବେଶ୍ ଧୁମଧାମରେ ପାଳନ କରାଯାଇଥାଏ । ଏହି ସବୁ ଉତ୍ସବରେ ଶ୍ରଦ୍ଧାଳୁଙ୍କ ଅହେତୁକ ଭିଡ ଦେଖିବାକୁ ମିଳିଥାଏ । ଅଗଷ୍ଟ ମାସରେ ଏହି ପୀଠରେ ପ୍ରଥମ ଉତ୍ସବ ଭାବେ ଭାଗବତ ଜନ୍ମ ପାଳନ କରାଯାଇଥାଏ । ଦ୍ବିତୀୟରେ କୁମାର ଉତ୍ସବ, ତୃତୀୟରେ ମାର୍ଗଶୀର ବଡ ଏକାଦଶୀ, ଚତୁର୍ଥରେ ରାହାସ ପୂର୍ଣ୍ଣିମା, ପଞ୍ଚମରେ ବାବାଙ୍କ ମହାପାରାୟଣ ଦିବସକୁ ପାଳନ କରାଯାଉଥିବା ବେଳେ ଷଷ୍ଠ ଉତ୍ସବ ଭାବେ ଅଗ୍ନୀଉତ୍ସବକୁ ବେଶ୍ ଆନନ୍ଦ ଉଲ୍ଲାସରେ ପାଳନ କରାଯାଇଥାଏ ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.