ETV Bharat / state

୫ ଏଟିଏମ୍ ଲୁଟେରାଙ୍କୁ ଗିରଫ କଲା ବାଲେଶ୍ବର ପୋଲିସ

author img

By

Published : Feb 7, 2021, 8:44 PM IST

୫ ଏଟିଏମ୍ ଲୁଟେରା ଗିରଫ କରିବାରେ ସଫଳ ହୋଇଛି ବାଲେଶ୍ବର ଶିଳ୍ପାଞ୍ଚଳ ଥାନା ପୋଲିସ । ଅଧିକ ପଢନ୍ତୁ ...

୫ ଏଟିଏମ୍ ଲୁଟେରାଙ୍କୁ ଗିରଫ କଲା ବାଲେଶ୍ବର ପୋଲିସ
୫ ଏଟିଏମ୍ ଲୁଟେରାଙ୍କୁ ଗିରଫ କଲା ବାଲେଶ୍ବର ପୋଲିସ

ବାଲେଶ୍ଵର: ୫ ଏଟିଏମ୍ ଲୁଟେରା ଗିରଫ କରିବାରେ ସଫଳ ହୋଇଛି ବାଲେଶ୍ବର ଶିଳ୍ପାଞ୍ଚଳ ଥାନା ପୋଲିସ । ସେମାନଙ୍କ ନିକଟରୁ ଟଙ୍କା ଓ ବିଭିନ୍ନ ବ୍ୟାଙ୍କର ଏଟିଏମ ଜବତ ସହ ଏକ କାର ଜବତ କରାଯାଇଛି । ସୂଚନା ଅନୁସାରେ, ଶିଳ୍ପାଞ୍ଚଳ ଥାନା ପୋଲିସ ପାଟ୍ରୋଲିଂ କରୁଥିବା ବେଳେ କିଛି ଯୁବକ ଏଟିଏମ ନିକଟରେ ସନ୍ଦେହ ଜନକ ଅବସ୍ଥାରେ ଠିଆ ହୋଇଥିଲେ। ପୋଲିସର ସନ୍ଦେହ ହେବାରୁ ସେମାନଙ୍କ ନିକଟକୁ ଯିବା ବେଳେ ସେମାନେ କାରରେ ବସି ଫେରାର ହେବାକୁ ଚେଷ୍ଟା କରିଥିଲେ। ପୋଲିସ ସେମାନଙ୍କୁ ପିଛା କରି ସୋର ତଳନଗର ନିକଟରେ କାବୁ କରିବାରେ ସଫଳ ହୋଇଥିଲା।

ସେମାନଙ୍କୁ ପଚରାଉଚରା ପରେ ସେମାନେ ବିଭିନ୍ନ ବ୍ୟାଙ୍କର ଏଟିଏମ କାର୍ଡ ସାଙ୍ଗମାନଙ୍କ ପାଖରୁ ସଂଗ୍ରହ କରି ସେଥିରୁ ଟଙ୍କା ଉଠାଇବା ବେଳକୁ ଏଟିଏମ ମେସିନରେ କୌଶଳ ମୁତାବକ ଟଙ୍କା ବାହାର କରିଥାନ୍ତି। ପରେ ପୁଣି ଟଙ୍କା ଫେରସ୍ତ ପାଇଁ ବ୍ୟାଙ୍କକୁ ଫୋନ କରି କହିବା ପରେ 7 ଦିନ ଭିତରେ ଟଙ୍କା ଫେରସ୍ତ ହୋଇଥାଏ ବୋଲି କହିଛି ପୋଲିସ ।

ଏମିତି ଏହି ଗ୍ୟାଙ୍ଗର 5ଜଣ ଜାତୀୟ ସ୍ତରରେ ବିଭିନ୍ନ ଏଟିଏମରେ ଏମିତି ଟଙ୍କା ଉଠାଇଥିବା ଜଣାପଡ଼ିଛି । ପୋଲିସ ସେମାନଙ୍କ ନିକଟରୁ 156ଟି ଏଟିଏମ, 65920 ଟଙ୍କା ଓ ଏକ କାର ଜବତ କରିଛି । ଗିରଫ ଅଭିଯୁକ୍ତମାନେ ଉତ୍ତରପ୍ରଦେଶର ପବନ ସିଂ, ସନୟ କେଶରୱାନି, କମଳକାନ୍ତ, ଗୋବିନ୍ଦ ଚୌରାସିୟା, ଅଭିଷେକ ସିଂ ବୋଲି ସୂଚନା ମିଳିଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.