ବାଲେଶ୍ଵର: ରେମୁଣା ଥାନା ଅଧିନ ବାଳଗୋପାଳପୁରର କ୍ଷୀରଚୋରା ପେଟ୍ରୋଲ ପମ୍ପରେ ବ୍ୟାପକ ଭଙ୍ଗାରୁଜା । ଘଟଣାରେ 4ଜଣକୁ ଅଟକ ରଖିଛି ପୋଲିସ ।
ସୂଚନାନୁଯାୟୀ, 4ଜଣ ଯୁବକ ବାଳଗୋପାଳପୁରରେ ଥିବା କ୍ଷୀରଚୋରୀ ପେଟ୍ରୋଲ ପମ୍ପରେ ତେଲ ପକାଇଥିଲେ । ଏହା ପରେ ଟଙ୍କା ନ ଦେଇ ଫେରାର ହେବାକୁ ଉଦ୍ୟମ କରୁଥିଲେ । ଏହି ସମୟରେ ପମ୍ପ କର୍ମଚାରୀ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିବାବେଳେ ଭଙ୍ଗାରୁଜା କରିଥିଲେ ଦୃର୍ବୃତ୍ତ।
ଯାହାକୁ ନେଇ ଥାନାରେ ଅଭିଯୋଗ ପରେ ରେମୁଣା ଥାନା ପୋଲିସ 145/19 ମାମଲା ରୁଜୁ କରି 4 ଜଣଙ୍କୁ ଅଟକ ରଖିଥିବା ଜଣାପଡ଼ିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ