ETV Bharat / state

ଜଳକାରେ କୁମ୍ଭୀର ଭୟ, ପାଣିକୁ ଯିବାକୁ ବାରଣ କଲା ପ୍ରଶାସନ

author img

By

Published : Aug 22, 2022, 1:33 PM IST

ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଗାନ୍ଧୀ ଛକ ନିକଟରେ ପ୍ରବାହିତ ଜଳକା ନଦୀରେ କୁମ୍ଭୀର ଭୟ (Crocodile fear) । ଏନେଇ ସ୍ପଷ୍ଟ ହୋଇନଥିବା ବେଳେ ତଥାପି ପାଣି ଭିତରକୁ ଯିବାକୁ ଲୋକଙ୍କୁ ବାରଣ କରିଛି ପ୍ରଶାସନ । ଅଧିକ ପଢନ୍ତୁ

ଜଳକାରେ କୁମ୍ଭୀର ଭୟ, ପାଣିକୁ ନଯିବାକୁ ବାରଣ କଲା ପ୍ରଶାସନ

ବାଲେଶ୍ବର: ସୁବର୍ଣ୍ଣରେଖାରେ ବଡ଼ ବନ୍ୟା (Flood in Subarnarekha) ଆସିବା ପରେ ବେହାଲ ବାଲେଶ୍ବର ଜିଲ୍ଲା । ପ୍ରାୟ ୧୩ଟି ପଞ୍ଚାୟତର ଲୋକେ ଜଳମଗ୍ନ ଅବସ୍ଥାରେ ରହିଥିବା ବେଳେ ଏବେ ଲୋକଙ୍କୁ ଘାରିଛି କୁମ୍ଭୀର ଭୟ (Crocodile fear) । ବସ୍ତା ବ୍ଳକ ଗାନ୍ଧୀ ଛକ ନିକଟ ଦେଇ ପ୍ରବାହିତ ଜଳକା ନଦୀ (Jalaka River) ରେ କୁମ୍ଭୀର ପହଁରୁଥିବା ଖବର ଆସିଛି । ଏନେଇ ସ୍ପଷ୍ଟ ସୂଚନା ଆସିନଥିବା ବେଳେ ପାଣି ଭିତରକୁ ଯିବାକୁ ଲୋକଙ୍କୁ ବାରଣ କରିଛି ପ୍ରଶାସନ ।

ଜଳକାରେ କୁମ୍ଭୀର ଭୟ

ଏହା ବି ପଢନ୍ତୁ- ଭୋଗରାଇ ବ୍ଲକରେ ସର୍ବାଧିକ ବର୍ଷା, ବ୍ୟାପକ କ୍ଷୟକ୍ଷତି

ଜଳକା ନଦୀ ୬.୫୨ରେ ବିପଦ ସଙ୍କଟ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି । ସେପଟେ ୧୩ଟି ପଞ୍ଚାୟତର ଲୋକ ଜଳମଗ୍ନ ଅବସ୍ଥାରେ ରହିଛନ୍ତି । ଏଭଳି ସ୍ଥିତିରେ ଜଳକା ନଦୀରେ କୁମ୍ଭୀର ଦେଖିବାକୁ ମିଳିଥିବା ବେଳେ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । କୁମ୍ଭୀର ବୁଲୁଥିବା ନେଇ ସ୍ପଷ୍ଟ ସୂଚନା ଆସିନଥିବା ବେଳେ ଅତିଆବଶ୍ୟକ ନଥିଲେ ପାଣିକୁ ନ ଓହ୍ଲାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏନେଇ ଜିଲ୍ଲାପାଳ ସ୍ଥାନୀୟ ତହସିଲଦାରଙ୍କୁ ତଦନ୍ତ କରିବା ପାଇଁ ଘଟଣା ସ୍ଥଳକୁ ପଠାଇଛନ୍ତି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.