ବାଲେଶ୍ବର: ଜିଲ୍ଲାର ଐତିହ କୋଷ୍ଟ କେନାଲର ପୁନରୁଦ୍ଧାର ପାଇଁ ଜୋରଦାର ଲଢେଇ ପାଇଁ ପ୍ରସ୍ତୁତ ହେଉଛନ୍ତି ବୁଦ୍ଧିଜୀବି । ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବୁଦ୍ଧିଜୀବି ମାନେ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ କହିଛନ୍ତି ।
1880 ମସିହାରେ କାର୍ଯ୍ୟକ୍ଷମ ହୋଇଥିବା କୋଷ୍ଟ କେନାଲ ଏବେ ଲୁପ୍ତ ହେବାକୁ ବସିଛି । ଯାହାକୁ ନେଇ ବୁଦ୍ଧିଜୀବ ମାନେ ଉଦବେଗ ପ୍ରକାଶ କରିଥିଲେ। ଇଂରେଜ ଶାସନ ବେଳେ ଜଳସେଚନ,ବନ୍ୟା ନିୟନ୍ତ୍ରଣ ପାଇଁ ଉଦ୍ଦିଷ୍ଟ ଏହି କୋଷ୍ଟ କେନାଲର ପୁନରୁଦ୍ଧାର ପାଇଁ ରାଜନୈତିକ ଇଛାଶକ୍ତିର ଅଭାବ ଥିବା ଅଭିଯୋଗ ହୋଇଛି। ଭଦ୍ରକର ମନ୍ତେଇ ନଦୀରୁ ପଶ୍ଚିମବଙ୍ଗର ହୁଗୁଳି ପର୍ଯ୍ୟନ୍ତ ବ୍ୟାପିଥିବା କୋଷ୍ଟ କେନାଲ ଆଜି ବିଲୁପ୍ତ ହେବାକୁ ବସିଛି।
ଏଥିପାଇଁ ଆଗାମୀ ଦିନରେ ସାମାଜିକ ଆନ୍ଦୋଳନ ମାଧ୍ୟମରେ ବୁଦ୍ଧିଜୀବିମାନେ ଏହାର ପୁନରୁଦ୍ଧାର ପାଇଁ ଦାବି କରିବେ। ନିର୍ବାଚିତ ପ୍ରତିନିଧିମାନଙ୍କୁ ଭେଟି ଏ ସମ୍ପର୍କରେ ଦାବି ରଖିବା ସହ ଲଢେଇ ଜାରି ରହିବ ବୋଲି ସୂଚନା ଦିଆଯାଇଛି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ,ଇଟିଭି ଭାରତ