ବାଲେଶ୍ୱର: ସମ୍ଭାବ୍ୟ ବାତ୍ୟା ଜଓ୍ବାଦ ମୁକାବିଲା ନେଇ ବାଲେଶ୍ୱର ଜିଲ୍ଲା ପ୍ରଶାସନ (Balasore administration) ପକ୍ଷରୁ ପ୍ରସ୍ତୁତି (Preparation for Jawad) ଆରମ୍ଭ ହୋଇଛି। ବିଭିନ୍ନ ପ୍ରଶାସନିକ ଅଧିକାରୀ, BDO, ତହସିଲଦାର, ବିଦ୍ୟୁତ ବିଭାଗ, ପାନୀୟ ଜଳ ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରାଯାଇଛି।
ବାତ୍ୟାକୁ ଦୃଷ୍ଟିରେ ରଖି ଉପକୂଳ ଅଞ୍ଚଳରେ ଥିବା ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକୁ ପ୍ରସ୍ତୁତ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ବିଦ୍ୟୁତ ଓ ପାନୀୟ ଜଳ ବିଭାଗକୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ODRAF ଓ NDRF ଟିମ ସହ ମଧ୍ୟ ଆଲୋଚନା କରାଯାଇଛି। ବାତ୍ୟାର ଗତି ଦେଖି ଆଗାମୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ