ETV Bharat / state

ଦାବି ପୂରଣ ନହେଲେ ଗଡିବନି ବସ: ବସ କର୍ମଚାରୀ ସଂଘ

author img

By

Published : May 31, 2020, 4:05 PM IST

ବାଲେଶ୍ଵର ବସ କର୍ମଚାରୀ ସଂଘର କର୍ମଚାରୀମାନେ ଦାବି ପୂରଣ ନହେଲେ ବସ ଚାଲିବନି ବୋଲି ଚେତାବନୀ ଦେଇଛନ୍ତି । ବସ ଉପରେ ନିର୍ଭର କରୁଥିବା ସମସ୍ତ କର୍ମଚାରୀମାନଙ୍କୁ ସରକାରୀ ସ୍ତରରେ ସାହାଯ୍ୟ କରିବା ପାଇଁ ଦାବି କରିଛନ୍ତି । ଅଧିକ ପଢନ୍ତୁ...

balasor bus staff demand help covid19lockdown
ଦାବି ପୂରଣ ନହେଲେ ଗଡିବନି ବସ: ବସ କର୍ମଚାରୀ ସଂଘ

ବାଲେଶ୍ଵର: ଦାବି ପୂରଣ ନହେଲେ ଗଡିବନି ବସ । ବାଲେଶ୍ଵର ବସ କର୍ମଚାରୀ ସଂଘର ଦାବି ପୂରଣ ନହେଲେ ସ ଚାଲିବନି ବୋଲି ଚେତାବନୀ ଦେଇଛନ୍ତି । ବସ ଉପରେ ନିର୍ଭର କରୁଥିବା ସମସ୍ତ କର୍ମଚାରୀମାନଙ୍କୁ ସରକାରୀ ସ୍ତରରେ ସାହାଯ୍ୟ କରିବା ପାଇଁ ଦାବି କରିଛନ୍ତି ।

କୋରୋନା ଯୋଗୁଁ ଲକଡାଉନ ଥିବାରୁ ବସ ଡ୍ରାଇଭର, ହେଲ୍ପର, କଣ୍ଡକ୍ଟରମାନେ ପରିବାର ଚଳାଇବାରେ ବହୁ ଅସୁବିଧା ଭୋଗିଛନ୍ତି । ବସ ମାଲିକମାନେ ମଧ୍ୟ ସେମାନଙ୍କୁ ସାହାଯ୍ୟ କରି ନଥିବା ଅଭିଯୋଗ ହୋଇଛି । ସେଥିପାଇଁ ସରକାରୀ ସ୍ତରରେ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରା ନଯିବା ଯାଏ ବସ କର୍ମଚାରୀମାନେ ଡ୍ୟୁଟି କରିବେ ନାହିଁ ବୋଲି କହିଛନ୍ତି । ବସ ଉପରେ ନିର୍ଭର କରୁଥିବା ସମସ୍ତ କର୍ମଚାରୀମାନଙ୍କୁ ସରକାରୀ ସ୍ତରରେ ଡାଲି, ଚାଉଳ, ତେଲ ସହ ବୀମା ବ୍ୟବସ୍ଥା କରିବା ପାଇଁ ଦାବି ହୋଇଛି । ତେବେ 1 ତାରିଖ ପାଖରୁ ବସ ଚାଲିବା ନେଇ ନିଷ୍ପତ୍ତି ହୋଇଥିବା ବେଳେ ଏବେ କର୍ମଚାରୀମାନେ ଏମିତି ଦାବି ଉପସ୍ଥାପନ କରିଥିବାରୁ ବସ ଗଡିବ କି ନାହିଁ ତାହା ଅନିଶ୍ଚିତତା ଭିତରେ ରହିଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.