ବାଲେଶ୍ଵର: ଔପଦା ବ୍ଲକର କର୍ମଚାରୀମାନେ କଲମଛାଡ଼ ଆନ୍ଦୋଳନ କରିଛନ୍ତି। ମଙ୍ଗଳବାର ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ଏକ ନିର୍ଦ୍ଦିଷ୍ଟ ଦଳର କର୍ମୀ ମାଡ଼ ମାରିବାକୁ ନେଇ ଦୋଷୀକୁ ଗିରଫ ଦାବିରେ ଏପରି ଆନ୍ଦୋଳନ କରିଛନ୍ତି।
ଏକ କାର୍ଯ୍ୟାଦେଶର ବିଲ କରାଇବାକୁ ନେଇ ଦଳୀୟ କର୍ମୀ ଜଣଙ୍କ ବ୍ଲକର କନିଷ୍ଠ ଯନ୍ତ୍ରୀ ଭକ୍ତରଂଜନ ମହାନ୍ତିଙ୍କୁ ମାଡ଼ ମାରିଥିବା ଔପଦା ଥାନାରେ ଅଭିଯୋଗ ହୋଇଛି। ତୁରନ୍ତ ଦୋଷୀକୁ ଗିରଫ କରିବା ପାଇଁ କର୍ମଚାରୀମାନେ ଦାବି କରିଛନ୍ତି।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ