ETV Bharat / state

କନିଷ୍ଠ ଯନ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ବିଦ୍ୟୁତ ବିଭାଗର ଥାନା ଘେରାଉ

ବିଜୁଳି ବିଭାଗର କନିଷ୍ଠ ଯନ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ବୁଧବାର ଚନ୍ଦନେଶ୍ଵର ବିଦ୍ୟୁତ ବିଭାଗ ଭୋଗରାଇ ଥାନା ଘେରାଉ କରିଛି ।

author img

By

Published : Jul 10, 2019, 7:45 PM IST

ଫଟୋ ସୌଜନ୍ୟ:ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ଭୋଗରାଇ ଥାନା ଘେରିଲା ବିଦ୍ୟୁତ ବିଭାଗ । ବୁଧବାର ବାଲେଶ୍ବର ଜିଲ୍ଲା ଭୋଗରାଇ ଥାନା ଚନ୍ଦନେଶ୍ଵର ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଭୋଗରାଇ ଥାନା ଘେରାଉ କରାଯାଇଛି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ବାଲେଶ୍ବର

ଘଟଣାରୁ ପ୍ରକାଶ ଯେ, କିଛି ଦିନ ପୂର୍ବରୁ ବିଦ୍ୟୁତ ବିଭାଗ ଶଙ୍ଖାଝୁରି ଗ୍ରାମର ଜନ୍ମେଜୟ ଜେନାଙ୍କ ଘର ଲାଇନ କାଟିଥିଲା । ଗତ ମଙ୍ଗଳବାର ଚନ୍ଦନେଶ୍ଵର ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ସନ୍ତୋଷ ମହାନ୍ତ ଓ ସହଯୋଗୀ ଲାଇନମ୍ୟାନ ଶଙ୍ଖାଝୁରି ଗ୍ରାମକୁ ଲାଇନ କାମରେ ଯାଇଥିବା ସମୟରେ ସେଠାରେ ଜନ୍ମେଜୟ ଜେନା ଓ ଅନ୍ୟମାନେ ମିଳିତ ଭାବରେ କନିଷ୍ଠ ଯନ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ୲

ଏହି ଘଟଣାକୁ ନେଇ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ଏଯାଏଁ ଅଭିଯୁକ୍ତକୁ ଗିରଫ କରାଯାଇନାହିଁ । ସେଥିପାଇଁ ବୁଧବାର ବିଜୁଳି ବିଭାଗ ତରଫରୁ ଭୋଗରାଇ ଥାନା ଘେରାଉ କରାଯାଇଥିଲା ।

ଆଗାମୀ ଦିନରେ ଅଭିଯୁକ୍ତ ଗିରଫ ନହେବା ପର୍ଯ୍ୟନ୍ତ ଭୋଗରାଇ ଅଂଚଳରେ ବିଦ୍ୟୁତ୍ କାମ ବନ୍ଦ ରହିବ ବୋଲି ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଥିବା ବେଳେ ଥାନା ଅଧିକାରୀ ଖୁବଶୀଘ୍ର ଅଭିଯୁକ୍ତକୁ ଗିରଫ କରିବେ ବୋଲି ବିଜୁଳି ବିଭାଗ ଅଧିକାରୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:ଭଦ୍ରକ ଜିଲ୍ଲା ର ବିଭିନ୍ନ ଶ୍ରମିକ ସଂଗଠନର ପ୍ରତିବାଦ। ଶ୍ରମିକ ମାରଣI ନୀତି ବିରୁଦ୍ଧରେ 17 ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ। Body:ଭଦ୍ରକ ଜିଲ୍ଲା ର ବିଭିନ୍ନ ଶ୍ରମିକ ସଂଗଠନର ପ୍ରତିବାଦ। ଶ୍ରମିକ ମାରଣI ନୀତି ବିରୁଦ୍ଧରେ 17 ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ। ଏଥିସହ ପ୍ରତିବାଦ ସଭା ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟରେ ବ୍ୟାପକ ଦୁର୍ନୀତି ଏବଂ ଶ୍ରମିକ ମାରଣI ନୀତି ବିରୁଦ୍ଧରେ ବାରମ୍ବାର ଅଭିଯୋଗ ହୋଇଥିଲେ ମଧ୍ୟ ଏଥିପ୍ରତି କେହି ଦୃଷ୍ଟି ଦେଉ ନଥିବାରୁ ଶ୍ରମିକ ସଂଗଠନ ପକ୍ଷରୁ ଆଜି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଏହି ବିକ୍ଷୋଭ ପ୍ରଦର୍ଶନ ସହ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଶ୍ରମିକ ନେତା ସମର ବଳ ଙ୍କ ନେତୃତ୍ବରେ ଶତାଧିକ ଶ୍ରମିକ ଏକ ବିରାଟ ଶୋଭଯାତ୍ରାରେ ଆସି ସହର ପରିକ୍ରମା କରିବା ପରେ ଜିଲ୍ଲପାଳ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ 17 ଦଫା ଦାବି ପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ। ପରେ ଦାବି ପୂରଣ ନେଇ ଜିଲା ଶ୍ରମ ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଦାବି ପୂରଣ ନେଇ ଗଣଧାରଣା ମଧ୍ଯ ଦିଆ ଯାଇଥିଲା। ମୂଖ୍ୟତ ଶ୍ରମ କାର୍ଯ୍ୟାଳୟରେ ଚାଲିଥିବା ବ୍ୟାପକ ଦୁର୍ନୀତି ଏବଂ ଦଲାଲ ରIଜ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଉ, ଶ୍ରମ ଆଇନ ଅନୁଯାୟୀ ସୁବିଧା ସୁଯୋଗ ପ୍ରଦାନ କରାଯାଉ, ପ୍ରମୂଖ ଦାବି ନେଇ ଦାବି କରାଯିବା ସହ ଯେପର୍ଯ୍ଯନ୍ତ ଦାବି ପୂରଣ ନହୋଇଛି ସେ ପର୍ଯ୍ଯନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଶ୍ରମିକ ନେତା ଚେତାବନୀ ଦେଇଛନ୍ତି।
Bite : ସମର ବଳ (AICCTU ଜିଲ୍ଲା ସଭାପତି ତଥା ଶ୍ରମିକ ନେତା)Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.