ETV Bharat / state

‘ବୁଲୁ ଭାଇ’: ପେଶାରେ ଚା' ଦୋକାନୀ, ନିଶାରେ ପଶୁପ୍ରେମୀ

ବୁଲୁ ଭାଇ ପେଶାରେ ଜଣେ ଚା ଦୋକାନୀ ସତ କିନ୍ତୁ ତାଙ୍କ ଭିତରେ ରହିଛି ମଣିଷ ପଣିଆ । ସକାଳ ଠାରୁ ବୁଲୁ ଚା ତିଆରି କରି ଲୋକଙ୍କୁ ପିଆଉଥିବା ବେଳେ ଦ୍ବିପ୍ରହର ବେଳକୁ ଆରମ୍ଭ ହୁଏ ବୁଲା କୁକୁରମାନଙ୍କୁ ଖାଦ୍ୟବଣ୍ଟା । ଘରୁ ରୋଷେଇ କରି ବୁଲୁ ନିଜ ହାତରେ କୁକୁରମାନଙ୍କୁ ବାଢି ଦିଅନ୍ତି ଭାତ ଓ ତରକାରୀ ।

ପେଶାରେ ଚା' ଦୋକାନୀ, ନିଶାରେ ପଶୁପ୍ରେମୀ
ପେଶାରେ ଚା' ଦୋକାନୀ, ନିଶାରେ ପଶୁପ୍ରେମୀ
author img

By

Published : Jun 25, 2020, 11:18 AM IST

Updated : Jun 25, 2020, 12:05 PM IST

ବାଲେଶ୍ବର: ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟକୁ ଲାଗିକରି ଥିବା ଦୀପକ ରଞ୍ଜନ ଦାସଙ୍କ ଚା' ଦୋକାନ ସବୁବେଳେ ଚର୍ଚ୍ଚାରେ ରହିଛି । ଦୀପକ ବୋଲି ତାଙ୍କୁ ବହୁତ କମ ଲୋକ ଜାଣିଥିବା ବେଳେ ତାଙ୍କୁ ବୁଲୁ ବୋଲି ସମସ୍ତେ ଜାଣନ୍ତି । ବୁଲୁଭାଇ ପେଶାରେ ଜଣେ ଚା' ଦୋକାନୀ ସତ କିନ୍ତୁ ତାଙ୍କ ଭିତରେ ରହିଛି ମଣିଷପଣିଆ । ସକାଳ ଠାରୁ ବୁଲୁ ଚା' ତିଆରି କରି ଲୋକଙ୍କୁ ପିଆଉଥିବା ବେଳେ ଦ୍ବିପ୍ରହର ବେଳକୁ ଆରମ୍ଭ ହୁଏ ବୁଲା କୁକୁରମାନଙ୍କୁ ଖାଦ୍ୟବଣ୍ଟା । ଘରୁ ରୋଷେଇ କରି ବୁଲୁ ନିଜ ହାତରେ କୁକୁରମାନଙ୍କୁ ବାଢି ଦିଅନ୍ତି ଭାତ ଓ ତରକାରୀ । କୁକୁରମାନେ ବି ବୁଲୁଙ୍କ ହାତରୁ ଖାଇବା ପାଇଁ ସତେ ଯେମିତି ବ୍ୟାକୁଳ ହୋଇ ଅନେଇଥାନ୍ତି ।

ପେଶାରେ ଚା' ଦୋକାନୀ, ନିଶାରେ ପଶୁପ୍ରେମୀ

ପଶୁ ଓ ମଣିଷ ଭିତରେ ଥିବା ଏ ପ୍ରେମକୁ ଦେଖିଲେ ଯେ କେହିବି ତରଳିଯିବ ନିଶ୍ଚୟ । ଯେତେବେଳେ ଲକଡାଉନ କଡ଼ାକଡ଼ି ଲାଗୁ ହୋଇଥିଲା ସେତେବେଳେ ବି ବୁଲୁ ଘରୁ ରନ୍ଧାଖାଦ୍ୟ ଆଣି କୁକୁରମାନଙ୍କୁ ଖୁଆଉଥିଲେ । ଏମିତିକି ଯେବେ ଘରୁ ବାହାରିବା ପାଇଁ କଟକଣା ଲାଗୁ ହୋଇଥିଲା ସେତେବେଳେ କୁକୁରମାନଙ୍କୁ ଖାଦ୍ୟ ଯୋଗାଇ ନପାରି ବୁଲୁ ବେଶ ମନଦୁଃଖ କରିଥିବା ସେ କହିଛନ୍ତି । ନିଜ ହାତରେ କୁକୁରମାନଙ୍କୁ ଖୁଆଇବା ପରେ ବେଶ ଆତ୍ମସନ୍ତୋଷ ପାଉଥିବା ବୁଲୁ କହିଛନ୍ତି । ଏମିତିବି ବର୍ତ୍ତମାନ ବୁଲାକୁକୁରମାନେ ବୁଲୁଙ୍କ ପରିବାର ସଦସ୍ୟ ଭଳି ପାଲଟିଯାଇଛନ୍ତି ।

ବାଲେଶ୍ଵର ସହରରେ ହଜାର ହଜାର ସଂଖ୍ୟକ ଚା ଦୋକାନ ଥିବା ବେଳେ ବୁଲୁଙ୍କ ମାର୍ଜିତ ବ୍ୟବହାର ତାଙ୍କୁ ଦେଇଛି ଅନନ୍ୟ ପରିଚୟ । ବୁଲୁ ବି.ଏ ପାସ କରିବା ପରେ ଆଉ ଚାକିରୀ ପଛରେ ନଗୋଡ଼ାଇ ପର ଅଧୀନରେ ରହିବାକୁ ନାପସନ୍ଦ କରି ଆରମ୍ଭ କରିଥିଲେ ଚା ଦୋକାନ । ତାଙ୍କ ଚା ଦୋକାନରେ ସକାଳ ଠାରୁ ସଞ୍ଜ ଯାଏ ଜମିଥାଏ ସରକାରୀ ଓ ବେସରକାରୀ ଲୋକଙ୍କ ଭିଡ଼ । ବୁଲୁ ବ୍ୟବସାୟ କରୁଛନ୍ତି ସତ ହେଲେ କେବେ ଲାଭଖୋର ମାନବୃତ୍ତି ନରଖି ସବୁବେଳେ ଗ୍ରାହକଙ୍କୁ ସନ୍ତୁଷ୍ଟ କରିବା ପାଇଁ ସେ ଚେଷ୍ଟା ଜାରି ରଖିଛନ୍ତି । ଆଜିର ଯୁବଗୋଷ୍ଠିମାନଙ୍କ ପାଇଁ ସେ ପ୍ରେରଣା ସାଜିଛନ୍ତି । କେମିତି ଆତ୍ମନିର୍ଭର ହେବାକୁ ପଡେ ଆଜି ବୁଲୁ ଦୁନିଆକୁ ଦେଖାଇ ଦେଇଛନ୍ତି ।

ସ୍ବଳ୍ପ ରୋଜଗାର ମଧ୍ୟରେ ନିଜେ ବଞ୍ଚିବା ସହ ଅନ୍ୟଙ୍କୁ ବଞ୍ଚାଇ ରଖିବା ତାଙ୍କର ମହନୀୟତାର ପରିଚୟ ଦିଏ । ନିଜେ ଶିକ୍ଷିତ ହୋଇଥିବାରୁ ପାଠର ମୂଲ୍ୟ ବେଶ ଭଲ ଭାବରେ ବୁଝିଛନ୍ତି ବୁଲୁ । ସେଇଥିପାଇଁ ସେ ନିଜ ଝିଅକୁ ପ୍ରଶାସନିକ ଅଧିକାରୀ ଭାବେ ଗଢି ତୋଳିବାକୁ ପ୍ରସ୍ତୁତ କରୁଛନ୍ତି । ସତରେ ଜଣେ ଚା ଦୋକାନୀଙ୍କ ଏମିତି ମନୋଭାବ ନିଆରା ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Jun 25, 2020, 12:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.