ETV Bharat / state

କ୍ବାରେନଣ୍ଟିନ ସେଣ୍ଟରରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ

author img

By

Published : Jul 27, 2020, 6:02 PM IST

ଜଣେ ଅନ୍ତେବାସିନୀଙ୍କୁ କ୍ବାରେନଣ୍ଟିନ ସେଣ୍ଟରର ସୁଇପର ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆସିଛି ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ବାଲିକୁଟି ଅଞ୍ଚଳରେ ଥିବା କ୍ବାରେନଣ୍ଟିନ ସେଣ୍ଟରରୁ ।

Allegations of sexual misconduct against women at the Quarantine Center
କ୍ବାରେନଣ୍ଟିନ ସେଣ୍ଟରରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ

ବାଲେଶ୍ବର: କ୍ବାରେନଣ୍ଟିନ ସେଣ୍ଟରରୁ ଆସିଲା ଦୁଷ୍କର୍ମ ଅଭିଯୋଗ । ଜଣେ ଅନ୍ତେବାସିନୀଙ୍କୁ ସେଣ୍ଟରର ସୁଇପର ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆସିଛି ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ବାଲିକୁଟି ଅଞ୍ଚଳରେ ଥିବା କ୍ବାରେନଣ୍ଟିନ ସେଣ୍ଟରରୁ ।

ଉକ୍ତ କ୍ବାରେନଣ୍ଟିନ ସେଣ୍ଟରରେ ଜଣେ ମହିଳା ତାଙ୍କ ସ୍ବାମୀ ଓ ଦିଅରଙ୍କ ସହ ହାଇଦ୍ରାବାଦରୁ ଆସି ରହିଥିଲେ । କ୍ବାରେନଣ୍ଟିନ ସେଣ୍ଟରରେ ମହିଳାମାନଙ୍କ ସ୍ବତନ୍ତ୍ର କକ୍ଷ ହୋଇଥିବାବେଳେ ଝାଡୁ କରିବା ବାହାନାରେ ସେଠାକାର ସୁଇପର ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

ପ୍ରକାଶ ଥାଉକି, କୋରୋନା ସଂକ୍ରମଣର ପ୍ରାଦୁର୍ଭାବକୁ ରୋକିବା ପାଇଁ କ୍ବାରେନଣ୍ଟାଇନ ସେଣ୍ଟରର ବ୍ୟବସ୍ଥା କରାଯାଇଛି । ହେଲେ ଅନେକ ସମୟରେ ସଙ୍ଗରୋଧ କେନ୍ଦ୍ରରୁ ବିଭିନ୍ନ ପ୍ରକାର ବିଶୃଙ୍ଖଳାର ଅଭିଯୋଗ ଆସୁଛି । କେଉଁଠି ଅବ୍ୟବସ୍ଥାକୁ ନେଇ ଅଭିଯୋଗ ଆସୁଛି ତ ଆଉ କେଉଁଠି ଦୁର୍ବ୍ୟବହାରର । ଯାହା ସରକାର ଏବଂ ଜିଲ୍ଲା ପ୍ରଶାସନର ବ୍ୟବସ୍ଥା ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିଥାଏ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.