ETV Bharat / state

ଚାଷୀଙ୍କ ଧାନ କିଣାରେ ଅନିୟମିତତା ଅଭିଯୋଗ

ବାଲେଶ୍ବର ଜିଲ୍ଲା ଔପଦା ବ୍ଲକ ଈଶ୍ବରପୁର ସମବାୟ କେନ୍ଦ୍ର ସମିତିରେ ଧାନକିଣାରେ ଅନିୟମିତତା ଅଭିଯୋଗ । ଅଧିକ ପଢନ୍ତୁ...

ଧାନ କିଣାରେ ଅନିୟମିତତା ଅଭିଯୋଗ
ଧାନ କିଣାରେ ଅନିୟମିତତା ଅଭିଯୋଗ
author img

By

Published : Feb 24, 2021, 12:06 PM IST

ବାଲେଶ୍ବର: ରାଜ୍ୟର ଅନେକ ଜିଲ୍ଲା ଚାଷୀଙ୍କ ଧାନ କିଣାରେ ଅନିମିତତା ଦେଖାଯାଉଛି । ବାଲେଶ୍ବର ଜିଲ୍ଲା ଔପଦା ବ୍ଲକ ଈଶ୍ବରପୁର ସମବାୟ କେନ୍ଦ୍ର ସମିତିରେ ଏପରି ଅଭିଯୋଗ ହୋଇଛି ।

ପଞ୍ଚାୟତର ଚାଷୀମାନେ ଧାନ କିଣାରେ ବ୍ୟାପକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଧାନ ବିକ୍ରିପାଇଁ ପାଇଁଥିବା ଟୋକନକୁ ରଦ୍ଦ କରାଯାଇଥିବା ଅଭିଯୋଗ ହୋଇଛି । କିଛି ଚାଷୀ ଟୋକନ ପାଇ ମଧ୍ୟ ଧାନ ବିକ୍ରି କରିପାରୁନାହାଁନ୍ତି । ଏହି ଘଟଣା ନେଇ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ହସ୍ତକ୍ଷେପ କରିଛନ୍ତି । ତାଙ୍କ ନିର୍ଦ୍ଦେଶ ଅନୁସାରେ ତାଙ୍କ ବ୍ୟକ୍ତଗତ ସହାୟକ ଚନ୍ଦ୍ରବିନ୍ଦୁ ଦାସ ଓ ଉପଜିଲ୍ଲାପାଳ ଚାଷୀମାନଙ୍କୁ ଭେଟି ସମସ୍ୟା ବିଷୟରେ ପଚାରି ବୁଝିଛନ୍ତି ।

ସମବାୟ ସମିତିର ସମ୍ପାଦକ ଅଶୋକ ଜେନା କହିଛନ୍ତି ଯେ, ଅନଲାଇନ ରେଜିଷ୍ଟ୍ରେସନ କଲାବେଳେ ୨୦ ରୁ ଉର୍ଦ୍ଧ ଖାତା, ପ୍ଲଟ ନମ୍ବର ଓ ଆକାଉଣ୍ଟ ନମ୍ବରରେ ଚଞ୍ଚକତା କରି ୬୦୦ କ୍ବିଣ୍ଟାଲ ଧାନ କ୍ରୟ କରାଯାଇଛି। ଏନେଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଯାଇଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.