ETV Bharat / state

ରାସ୍ତାକାମରେ ଅନିୟମିତତା ଅଭିଯୋଗ ଭିତ୍ତିହୀନ, ପ୍ରତିବାଦ କଲେ ଗ୍ରାମବାସୀ

author img

By

Published : Dec 18, 2021, 3:56 PM IST

ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଜୟିପୁର ସାହିକୁ ଯାଇଥିବା ରାସ୍ତାକାମକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଆରୋପ-ପ୍ରତ୍ୟାରୋପ । ଗୋଟିଏ ଗୋଷ୍ଠୀର ବ୍ୟକ୍ତି ରାସ୍ତାକାମରେ ଅନିୟମିତତା ଅଭିଯୋଗ ଆଣିଥିବାବେଳେ ଅନ୍ୟଗୋଷ୍ଠୀ ଏହା ସମ୍ପୂର୍ଣ୍ଣ ଭିତ୍ତିହୀନ ଦର୍ଶାଇଛନ୍ତି । ଆଗାମୀ ଦିନରେ ରାସ୍ତାକାମ ସମ୍ପୂର୍ଣ୍ଣ ହେବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ସରପଞ୍ଚ । ଅଧିକ ପଢନ୍ତୁ

ରାସ୍ତାକାମରେ ଅନିୟମିତତା ଅଭିଯୋଗ ଭିତ୍ତିହୀନ, ପ୍ରତିବାଦ କଲେ ଗ୍ରାମବାସୀ
ରାସ୍ତାକାମରେ ଅନିୟମିତତା ଅଭିଯୋଗ ଭିତ୍ତିହୀନ, ପ୍ରତିବାଦ କଲେ ଗ୍ରାମବାସୀ

ବାଲେଶ୍ଵର: ଜିଲ୍ଲା ଖଇରା ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଜୟିପୁର ସାହିକୁ ଯାଇଥିବା ରାସ୍ତାକାମରେ ଅନିୟମିତତା ଦର୍ଶାଇ ଗାଁ ସାଥୀଙ୍କ ସମେତ କିଛି ଗ୍ରାମବାସୀଙ୍କ ପ୍ରତିବାଦ ମେଳି । ପୂର୍ବରୁ ରାସ୍ତାକାମରେ ଅନିୟମିତତା ଦର୍ଶାଇ ଆନ୍ଦୋଳନ କରିଥିବା ଲୋକଙ୍କ ଅଭିଯୋଗ ଭିତ୍ତିହୀନ ଦର୍ଶାଇ ପ୍ରତିବାଦ ମେଳି କରିଛନ୍ତି କେତେକ ଗ୍ରାମବାସୀ ।

ଗାଁ ଲୋକ ଏବଂ ସରପଞ୍ଚଙ୍କ ଅଭିଯୋଗ ଅନୁସାରେ, ଗାଁରେ ରାସ୍ତାକାର୍ଯ୍ୟ ପାଇଁ 3 ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା । 550 ମିଟର ରାସ୍ତା କାମ ମାଟି ପକାଯାଇଛି । ବାକି କାମ ଆଗାମୀ ଦିନରେ କରାଯିବ । ମାତ୍ର କାମରେ ଅନିୟମିତତା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ । ରାସ୍ତାକାର୍ଯ୍ୟ ପାଇଁ ଜବକାର୍ଡଧାରୀମାନେ ଉପଯୁକ୍ତ ଟଙ୍କା ପାଇଛନ୍ତି । ରାସ୍ତାକାମ ସମ୍ପୂର୍ଣ୍ଣ ନହେବା ପୂର୍ବରୁ ଅନିୟମିତତା ଅଭିଯୋଗ ଆଣି ରାଜନୈତିକ ଫାଇଦା ନେବାପାଇଁ କିଛି ବ୍ୟକ୍ତି ପ୍ରଚେଷ୍ଟା କରୁଥିବା ସରପଞ୍ଚ କହିଛନ୍ତି । ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.