ବାଲେଶ୍ବର: ଥାନା ନିକଟରେ ଥିବା ଏକ ସିମେଣ୍ଟ ରଡ଼ ଦୋକାନରୁ ଦିନ ଦ୍ୱିପ୍ରହରରେ ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଏମିତି ଅଭିଯୋଗ ଆସିଛି ବାଲେଶ୍ଵର ଜିଲ୍ଲା ସୋର ଥାନା ଅଧିନ ବଡ଼ଖୁରି ଛକରେ ଥିବା ଏକ ସିମେଣ୍ଟ ରଡ଼ ଦୋକାନରୁ ।
ବଡ଼ଖୁରି ଛକରେ ଥିବା ହେମକୃପା ଟ୍ରେଡର୍ସ ଦୋକାନରେ ଗ୍ରାହକ ଭାବେ ଦୁର୍ବୃତ୍ତମାନେ ଆସି କ୍ୟାସ ବାକ୍ସ ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଇଥିବା ଦୋକାନ ମାଲିକ ଅଭିଯୋଗ କରିଛନ୍ତି । ତେବେ ଦୋକାନରୁ 1 ଲକ୍ଷ ଟଙ୍କାରୁ ଅଧିକ ଲୁଟ ହୋଇଥିବା ବେଳେ ସୋର ଥାନାରୁ ମାତ୍ର 150 ମିଟର ଦୂରତାରେ ଏମିତି ଲୁଟ ହୋଇଥିବା ଘଟଣା ଏବେ ସାଧାରଣ ଲୋକେ ସୋର ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ